Monday , September 25 2023
Breaking News
Home / ବିଶେଷ / ଚିତ୍ରୋତ୍ପଳା ନଦୀରେ ପ୍ରଥମ ବନ୍ୟା ପାଣି ପ୍ରବାହିତ 

ଚିତ୍ରୋତ୍ପଳା ନଦୀରେ ପ୍ରଥମ ବନ୍ୟା ପାଣି ପ୍ରବାହିତ 

ଗରଦପୁର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଚିତ୍ରୋତ୍ପଳା ନଦୀରେ ପ୍ରଥମ ବନ୍ୟା ପାଣି ପ୍ରବାହିତ ହେଉଛି । ପ୍ରକାଶ ଯେ, ଉପରମୁଣ୍ଡରେ ବର୍ଷା ହେବାରୁ ହିରାକୁଦ ବନଦୀବନ୍ଧର କେତେକ ଗେଟ୍ ଖୋଲା ଯାଇଥିବାରୁ ମହାନଦୀ ଓ ତାର ଶାଖା ନଦୀମାନଙ୍କରେ ବନ୍ୟା ପାଣି ପ୍ରବାହିତ ହେଉଛି ।  ପ୍ରାୟ ସ୍ଥାନରେ ଶୁଖିଲା ପଡିଥିବା   ଚିତ୍ରୋତ୍ପଳା ନଦୀରେ ଗତ କାଲି ଠାରୁ ବନ୍ୟା ପାଣି ପ୍ରବାହିତ ହୋଇଥିବାରୁ ନଦୀ ମଧ୍ୟରେ ଥିବା ବାଲୁକା ଶଯ୍ୟା ରହିଥିବା ପଠାସ୍ଥାନଗୁଡିକ ବନ୍ୟା ପାଣିରେ ବୁଡିଯାଇଛି । ନଦୀରେ ପ୍ରଥମ ବନ୍ୟା ପାଣି ଆସିଥିବାରୁ ପାଣି ଗୋଳିଆ ଏବଂ ଫେଣ ହୋଇ ପ୍ରବାହିତ ହେଉଛି । ନଦୀପଠାର କେତେକ ସ୍ଥାନରେ ବନ୍ଧା ଯାଉଥିବା ମହିଁଷିପଲ ରାସ୍ତାକୁ ଚାଲି ଯାଇଛନ୍ତି ।  ନଦୀ ପାଶ୍ୱର୍ସ୍ଥ କେତେକ ଗା୍ରମଗୁଡିକର ମତ୍ସ୍ୟଜିବୀମାନେ ନଦୀ ପାଣିରେ ଜାଲ ପକାଇ ମାଛ ମାରି ମଜା ଉଠାଉ ଥିବାର ଦେଖାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *