Monday , September 25 2023
Breaking News
Home / ଶିକ୍ଷା / ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପାଟକୁରା ଗସ୍ତ : ଛାତ୍ରଛାତ୍ରୀମାନଙ୍କ ପାଠପଢା ଅନୁଧ୍ୟାନ

ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପାଟକୁରା ଗସ୍ତ : ଛାତ୍ରଛାତ୍ରୀମାନଙ୍କ ପାଠପଢା ଅନୁଧ୍ୟାନ

 ଗରଦପୁର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍ କଟକଣାରେ ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲାଯାଇଥିବା ସ୍କୁଲଗୁଡିକରେ କିପରି ଭାବରେ ଶିକ୍ଷାଦାନ କରାଯାଉଛି ସେ ସମ୍ପର୍କରେ ରାଜ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଆଲୋକ କୁମାର କର ଆଜି ପାଟକୁରା ଗସ୍ତରେ ଆସି ପାଟକୁରା ହାଇସ୍କୁଲ ର ଛାତ୍ରଛାତ୍ରୀମାନଙ୍କ ପାଠପଢା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଆଜି ମଧ୍ୟାହ୍ନ ରେ ସ୍ୱତନ୍ତ୍ର ସଚିବ ଶ୍ରୀ କର ପାଟକୁରା ହାଇସ୍କୁଲରେ ପହଂଚି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢାଯାଉଥିବା ଶ୍ରେଣୀ ଗୃହକୁ ପରିଦର୍ଶନ କରିଥିଲେ । ପାଟକୁରା ହାଇସ୍କୁଲରେ ଆଜି ଉପସ୍ଥିତ ଥିବା ୫୯ଜଣ ଛାତ୍ରଛାତ୍ରୀଙ୍କୁ ୪ଗୋଟି ସେକ୍ସନ କରାଯାଇ  ୪ଗୋଟି ଶ୍ରେଣୀ ଗୃହରେ ସାମାଜିକ ଦୁରତ୍ୱ ରଖି ମୁହଁରେ ମାସ୍କ ପରିଧାନ କରି ପାଠ ପଢାଯାଉଥିବାର ଦେଖିଥିଲେ । ସ୍ୱତନ୍ତ୍ର ସଚିବ ଶ୍ରୀ କର ଶେଣୀ ଗୃହ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସମ୍ପର୍କରେ ମଧ୍ୟ କେତେକ ପ୍ରଶ୍ନ ପଚାରି ଥିଲେ । ବିଦ୍ୟାଳୟ ପରିସରରେ ‘ଏକାନ୍ତ ଗୃହ’ ରହିଥିବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ପ୍ରତିଦିନ ଛାତ୍ରଛାତ୍ରୀମାନେ ସ୍କୁଲକୁ ପ୍ରବେଶ କରିବା ବେଳେ,ବିଦ୍ୟାଳୟ ଗେଟ୍ ନିକଟରେ କୋଭିଡ୍ ଗାଇଡ୍ଲାଇନ୍ ଅନୂଯାୟୀ  ଛାତ୍ରଛାତ୍ରୀମାନଙ୍କୁ ତନଖି କରାଯାଉଥିବା,ସ୍ମାର୍ଟ ୍ସ୍କୁଲର ଅଗ୍ରଗତି ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ଠାରୁ ପଚାରି ବୁଝିଥିଲେ । ପାଟକୁରା ହାଇସ୍କୁଲକୁ ସରକାର ଫୋକସ୍ ସ୍କଲର ମାନ୍ୟତା ଦେଇଥିବାରୁ ଏହି ବିଦ୍ୟାଳୟରେ ନିର୍ମାଣ କରାଯାଉଥିବା ନୂତନ ଗୃହ କାର୍ଯ୍ୟକୁ ସ୍ୱତନ୍ତ୍ର ସଚିବ ତଦାରଖ କରିଥିଲେ । ପାଟକୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ବିଦ୍ୟାଳୟରେ ଶ୍ରେଶର ଗୃହର ଅଭାବ ରହିଥିବା ଓ ବିଦ୍ୟାଳୟର ଅନ୍ୟ କେତେକ ଭିତି ଭୂମି ର ଅଭାବ ରହିଥିବା ସମ୍ପର୍କରେ ସ୍ୱତନ୍ତ୍ର ସଚିବ  ଶ୍ରୀ କରଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପରିକ୍ଷା ଫଳ ଓ ଭିି ପରିକ୍ଷା ଫଳ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଙ୍କୁ ଠାରୁ ଅବଗତ ହେବା ପରେ ସ୍ୱତନ୍ତ୍ର ସଚିବ ଶ୍ରୀ କର ସନ୍ତୋଷ ପ୍ରକାଶ କରିଥିଲେ ।  ବିଦ୍ୟାଳୟ କାର୍ଯ୍ୟ ସ୍ୱାଭାବିକ ହେବା ପରେ ବିଦ୍ୟାଳୟ ଲାଇବ୍ରେରୀରେ ଗଛିତ ରହିଥିବା ପାଠ୍ୟପୁସ୍ତକଗୁଡିକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଂଟନ କରାଯିବା ପାଇଁ ସ୍ୱତନ୍ତ୍ର ସଚିବ ଶ୍ରୀ କର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପାଣିଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସ୍ୱତନ୍ତ୍ର ସଚିବ ଶ୍ରୀକରଙ୍କୁ ବିଦ୍ୟାଳୟ ପରିସରରେ ସ୍ୱାଗତ କରିଥିଲେ । ସ୍ୱତନ୍ତ୍ର ସଚିବଙ୍କ ସହିତ କେନ୍ଦ୍ରାପଡା ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ୍ କୁମାର ସିଂ ଓ ଜିଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *