Tuesday , September 28 2021
Breaking News
Home / ଶିକ୍ଷା / ମାଟ୍ରିକ ଅଫଲାଇନ୍ ପରୀକ୍ଷା ଆରମ୍ଭ ଆଜି – ୫୦୪ ଟି ସେଣ୍ଟର ରେ ୧୫ ହଜାର ୧୫୧ ଜଣ ପରୀକ୍ଷା ଦେବେ

ମାଟ୍ରିକ ଅଫଲାଇନ୍ ପରୀକ୍ଷା ଆରମ୍ଭ ଆଜି – ୫୦୪ ଟି ସେଣ୍ଟର ରେ ୧୫ ହଜାର ୧୫୧ ଜଣ ପରୀକ୍ଷା ଦେବେ

ଭୁବନେଶ୍ୱର,୩୦/୦୭/୨୦୨୧(ଓଡ଼ିଶା ସମାଚାର)- ମାଟ୍ରିକ ଅଫଲାଇନ୍ ପରୀକ୍ଷା ଆଜି ଠାରୁ ଆରମ୍ଭ ହେବ । ରେଗୁଲାରରେ ୬ହଜାର ୫୯୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ମଧ୍ୟମାରେ ୬୧ ଜଣ ଏବଂ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେବେ ୮ ହଜାର ୪ଶହ ୯୩ ଜଣ ପରୀକ୍ଷାର୍ଥୀ । ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ ୫୦୪ଟି ସେଣ୍ଟର କରାଯାଇଛି । ସେଥିରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।
ସକାଳ ୯ଟାରେ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ। ଦଶଟାରେ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ସରିବ। ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପହଞ୍ଚି ସାରିଛି । ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କାନିଂ ପରେ ଛାତ୍ରଛାତ୍ରୀ ପରୀକ୍ଷା ହଲକୁ ପ୍ରବେଶ କରିବେ । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ର ପାଇଁ ଅବଜରଭର ନିୟୋଜିତ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରକାଶ କରିଛନ୍ତି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଜାରି କରାଯାଇଛି । କୌଣସି ଶିକ୍ଷକ କିମ୍ବା ଅବଜରଭର ମଧ୍ୟ ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ ।
ସରକାରଙ୍କ ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଅଫଲାଇନ ପରୀକ୍ଷା ପାଇଁ ସରକାର ପୂର୍ବରୁ ଘୋଷଣା କରିଥିଲେ । କୋଭିଡ଼ ଗାଇଡ଼ ଲାଇନ୍ ଓ ଏସଓପି କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମିର ଦାଶ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମଠକରଗୋଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ – ୬୫ ୟୁନିଟ ରକ୍ତ ସଂଗ୍ରହ

ଭୁବନ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟସେବ ।ଯୋଜନା,ୟୁଥ ରେଡକ୍ରସ,ବଏଜ ସ୍କାଉଟ ଗାଇଡ ତଥା ଆଭ୍ୟନ୍ତରୀଣ ଗୁଣବତା …

Leave a Reply

Your email address will not be published. Required fields are marked *