Sunday , September 26 2021
Breaking News
Home / ବିଶେଷ / ଜିଲ୍ଲାରେ ପ୍ରଥମ ଅନଲାଇନ କିନ୍ନର ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ 

ଜିଲ୍ଲାରେ ପ୍ରଥମ ଅନଲାଇନ କିନ୍ନର ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ 

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୟନ ହୋଇଥିବା କିନ୍ନର ବ୍ୟକ୍ତିଙ୍କ ସୁରକ୍ଷା ଅଧିକାର ଅଧିନିୟମ ୨୦୨୦ ଅନୁଯାଇ ଜଣେ କିନ୍ନର ଫର୍ମ ନମ୍ବର-୧ ରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଲଙ୍କୁ କିନ୍ନର ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ ନିମନ୍ତେ   ଦରଖସ୍ତ ପ୍ରଦାନ କରିପାରିବେ । ଏହା ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ଦ୍ୱାରା ତଦନ୍ତ ପରେ ଉପଯୁକ୍ତ ବିବେଚିତ ହେଉଥିଲେ ଜିଲ୍ଲାପାଳଙ୍କ ଅନୁମୋଦନ ଓ ସ୍ୱାକ୍ଷର ପାଇଁ ପ୍ରେରଣ କରାଯାଏ । ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଏହାକୁ ସେହି ପୋର୍ଟାଲରେ ଅପଲୋଡ କରାଗଲା ପରେ ସମ୍ପୃକ୍ତ ଦରଖାସ୍ତକାରୀ ଯେ କୌଣସି ଜନସେବା କେନ୍ଦ୍ରରୁ ଏହା ସଂଗ୍ରହ କରିପାରିବେ । ଏହି କ୍ରମରେ ଜିଲ୍ଲାର ୩ ଜଣ କିନ୍ନର ଅନଲାଇନରେ ଦରଖାସ୍ତ କରିଥିଲେ ମଧ୍ୟ କେନ୍ଦ୍ରାପଡା ଗୋପଛକର ଏଲିନା ଦାସ, ପିତା ନିରଞ୍ଜନ ଦାସ ସମସ୍ତ ଆବଶ୍ୟକୀୟ କାଗଜାଦ ଯଥା କିନ୍ନର ପ୍ରମାଣିତ ଆଧାରକାର୍ଡ, ଆଫିଡେବିଟ, ବାସସ୍ଥାନ ପ୍ରମାଣପତ୍ର ପ୍ରଭୃତି ଦାଖଲ କରିଥିବାରୁ ତାଙ୍କର ଦରଖାସ୍ତକୁ ମଞ୍ଜୁର କରାଯାଇ ଏହି ଅଧିନିୟମର ଧାରା-୬ ଅନୁଯାଇ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏଲିନାଙ୍କୁ ତାଙ୍କର କିନ୍ନର ପ୍ରମାଣ ଓ ପରିଚୟପତ୍ର ପ୍ରଦାନ କରିଥିଲେ । ଯଦ୍ୱାରା କି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ “ସ୍ୱୀକୃତି” ଯୋଜନାରେ ଦରଖାସ୍ତ କରିବାକୁ ସେ ଯୋଗ୍ୟ ବିବେଚିତ ହେଲେ ଏହି ପ୍ରମାଣପତ୍ର ଦ୍ୱାରା କିନ୍ନର ବର୍ଗକୁ ମିଳୁଥିବା ସମସ୍ତ ସାମାଜିକ ସୁରକ୍ଷା ଓ ଆର୍ଥôକ ପ୍ରୋସôାହନ, ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ମଧ୍ୟ ସୁବିଧା ପାଇ ପାରିବେ । ପୁର୍ବରୁ ୪ ଜଣ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ଅଫଲାଇନରେ ଉପରୋକ୍ତ ପ୍ରମାଣ ଓ ପରିଚୟ ପତ୍ର ପ୍ରଦାନ କରି ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେଇଥିଲା । ଜିଲ୍ଲାରେ ଥିବା ଏହି ବର୍ଗର ଛାତ୍ରଛାତ୍ରୀ/ନାଗରିକ ମାନେ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ କରି ଉପରୋକ୍ତ ସୁବିଧା ସୁଯୋଗ ଲାଭ କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରବାସ ଚନ୍ଦ୍ର ଦାସ ନିବେଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦର୍ଶୀନିଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *