Sunday , September 26 2021
Breaking News
Home / ବିଶେଷ / ଉପଯୁକ୍ତ ସ୍ଥାନ ନିରୂପଣ ପରେ ଭୂଇଁପୁର ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଦାବି

ଉପଯୁକ୍ତ ସ୍ଥାନ ନିରୂପଣ ପରେ ଭୂଇଁପୁର ଅଙ୍ଗନୱାଡିକେନ୍ଦ୍ର ଗୃହ ନିର୍ମାଣ କରାଯିବାକୁ ଦାବି

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଭୂଇଁପୁର ଗ୍ରାମରେ ଉପଯୁକ୍ତ ସ୍ଥାନ ନିରୂପଣ କରାଯାଇ ଅଙ୍ଗନୱାଡିକେନ୍ଦ୍ରର ଗୃହ ନିର୍ମାଣ କରାଯିବାକୁ ଗ୍ରାମର ଅଧିବାସୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏବେ ଯେଉଁ ସ୍ଥାନରେ ଅଙ୍ଗନୱାଡିକେନ୍ଦ୍ରର ଗୃହ ନିର୍ମାଣ  କରାଯିବାକୁ ଯାଉଛି ସେହି ଜମିର ପଛପଟେ ଏକ ଗଭିର ଯୋର ଥିବା ବେଳେ ସମ୍ମୁଖରେ ଏକ ଗଭିର ପୋଖରୀ ରହିଛି ଯାହା କୁନି କୁନି ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରିବ । ସେହି ଜମିଟିର କିଷମ ଗୋଚର ହୋଇଥିବା ବେଳେ ସେହିସ୍ଥାନରେ ଗ୍ରାମବାସୀମାନେ ମଳ ତ୍ୟାଗ କରନ୍ତି । ଏକ ଅସ୍ୱାସ୍ଥ୍ୟକର ପରିବେଶରେ ସେଠାରେ ଗୃହ ନିର୍ମାଣ ହେବା ଉଚିତ ନୁହେଁ ବୋଲି ଅଭିଯୋଗ ହୋଇଛି । ସେହି ଗ୍ରାମର କିଛି ବାଦାନ୍ୟ ବ୍ୟକ୍ତି ଅଙ୍ଗନୱାଡିକେନ୍ଦ୍ରର ଗୃହ ନିର୍ମାଣ ପାଇଁ ଜମି ଦାନ କରିବାକୁ ଇଛୁକ ଥିବାରୁ ଏଭଳି ବିବାଦୀୟ ସ୍ଥାନରେ ଗୃହ ନିର୍ମାଣ କରାନଯାଇ ଦାନରେ ମିଳୁଥିବା ଜମିରେ  ଅଙ୍ଗନୱାଡିକେନ୍ଦ୍ରର ଗୃହ ନିର୍ମାଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ପୂର୍ବତନ କାଉପଡା ସରପଂଚ ଧରଣୀଧର ଜେନା, ଦୁର୍ଗା ଚରଣ ଜେନା, ତୁଳସୀ ଜେନା, ମନୀଷା ବାରିକ, ଭାଗ୍ୟଧର ଜେନା, ବିଦ୍ୟାଧର ମଲ୍ଲିକ ପ୍ରମୁଖ ଉପଜିଲ୍ଲାପାଳଙ୍କ ନିକଟରେ  ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କୁଜଙ୍ଗ ଥାନାର ନୂତନ ଅଧିକାରୀଙ୍କୁ ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ ସମ୍ବର୍ଦ୍ଧନା

ପାରାଦୀପ ୨୫/୦୯/୨୦୨୧(ଓଡ଼ିଶା ସମାଚାର)- ନବନିର୍ମାଣ କୃଷକ ସଙ୍ଗଠନ କୁଜଙ୍ଗ ବ୍ଳକ ତରଫରୁ କୁଜଙ୍ଗ ଥାନାର ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଫୁଲତୋଡା …

Leave a Reply

Your email address will not be published. Required fields are marked *