କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ନୋଡାଲ ସରକାରୀ ହାଇସ୍କୁଲର ଅପୂର୍ଣ୍ଣାଙ୍ଗ ଥିବା ଗୃହକୁ ପୂର୍ଣ୍ଣାଙ୍ଗ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ବିଧାୟକ ତଥା ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଳପୁଆ ଗ୍ରାମପଂଚାୟତରେ ଏକମାତ୍ର ସରକାରୀ ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀ ଗୃହର ଅଭାବ ଅନେକ ଦିନ ହେବ ରହିଛି । ତେଣୁ ଆବଶ୍ୟକତାକୁ ଉପଲବ୍ଧି କରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗୃହ ନିର୍ମାଣ କରାଯାଇଥିଲା । ବିଡମ୍ବନା ଏହି କି ଯେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ନ ଦେବାରୁ ଅଳପୁଆ ଗ୍ରାମବାସୀ ଅତ୍ୟନ୍ତ କ୍ଷୋଭର ସହିତ ବିଧାୟକଙ୍କୁ ଅବଗତ କରିଛନ୍ତି । ସ୍ଥାନୀୟ ସରପଂଚ ରମେଶ ଦାସ, ସମିତି ସଭ୍ୟା ନମିତା ଦାସ, ପରିଚାଳନା କମିଟି ସଭାପତି ମଧୁସୂଦନ ଦାସ, ବରିଷ୍ଠ ବିଜେପି ନେତା ଗଗନ ମହାଳିକ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ନରେନ୍ଦ୍ର ଧଳ, ସୁକାନ୍ତ ରାଉତ, କୃତିବାସ ସାହୁ, ରବିନ୍ଦ୍ର ଧଳ, ପଦ୍ମନାଭ ନାୟକ ପ୍ରମୁଖ ଅଣ୍ଢରା ଠାରେ ବିଧାୟକଙ୍କୁ ଭେଟିଥିଲେ । ଓଡ଼ିଶା ସମାଚାର