ପରଜଙ୍ଗ, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ମହାବିରୋଡ଼ ବନଖଣ୍ଡ ଅଧିନସ୍ଥ ଚକ୍ରଧରପୁର ସଂରକ୍ଷଣ ଜଙ୍ଗଲରେ “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ “ଆମ ପରିବେଶ ସବୁଜ ସୁନ୍ଦର” କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି ଯାହା ଫଳରେ ଖାଦ୍ୟ ଅନ୍ୱେଷଣ ରେ ଜଙ୍ଗଲୀ ଯିବ ଜନ୍ତୁ, ପଶୁ ପକ୍ଷୀ ଏବେ ଗାଁ ମୁହାଁ ହେଲେଣି । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ପ୍ରଜାତିର ଫଳନ୍ତି ଗଛ ଆମ୍ବ, ପିଜୁଳି, ପଣସ, ବେଲ, କାଜୁ ବାଦାମ, ଆକାଶି, ଶିଶୁ, ପ୍ରଭୁତି ଗଛ ବୃକ୍ଷ ରୋପଣ କରାଯାଇଥିଲା । ବନ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ବନାଂଚଳ ଗୁଡ଼ିକରେ ଜୀବଜନ୍ତୁ ଓ ପଶୁ ପକ୍ଷୀ ଙ୍କ ଉଦେଶ୍ୟରେ ବିଭିନ୍ନ ପ୍ରଜାତିର ଫଳନ୍ତି ଗଛ ଲଗେଇବାର ଆବଶ୍ୟକତା ରହିଛି । ଯାହା ଫଳରେ ଜଙ୍ଗଲୀ ଜୀବଜନ୍ତୁ ଓ ପଶୁ ପକ୍ଷୀ ମାନଙ୍କ ମଧ୍ୟରେ ଖାଦ୍ୟ ଅନ୍ୱେଷଣ ଭଳି ପରିସ୍ଥିତି ଉପୁଜୀବ ନାହିଁ । ଆସନ୍ତୁ ଆଜି ଠାରୁ ଆମେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଆମ ଜଙ୍ଗଲ ଆମ ଜୀବଜନ୍ତୁ ଓ ପଶୁ ପକ୍ଷୀ ଙ୍କୁ ସୁରକ୍ଷା ଦେବା ସହ ବନ ବିଭାଗ କୁ ସମସ୍ତ ସହଯୋଗ କରିବା । ଆଜିର ଏହି କାର୍ୟ୍ୟକ୍ରମ ରେ ଯୁବଶକ୍ତି ର ହେମନ୍ତ କୁମାର ସାହୁ, ଶ୍ରୀବତ୍ସ ମାଝି, ସୁଶୀଲ ସାହୁ, ଚିଣ୍ଟୁ ମାଝୀ, ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର
Home / ବିଶେଷ / “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ “ଆମ ପରିବେଶ ସବୁଜ ସୁନ୍ଦର” କାର୍ୟ୍ୟକ୍ରମ ଅନୁଷ୍ଠିତ