Thursday , September 28 2023
Home / ବିଶେଷ / ଭିଜିଲାନ୍ସର ୨ଜଣିଆ ଟିମର ଚଢ଼ାଉ  – ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

ଭିଜିଲାନ୍ସର ୨ଜଣିଆ ଟିମର ଚଢ଼ାଉ  – ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

 ନିଶ୍ଚିନ୍ତକୋଇଲି, ୩୦/୦୭/୨୦୨୧(ଓଡିଶା ସମାଚାର/ଅଭୟ ଜେନା )- ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ବାଲିଆପଦା ପଂଚାୟତରେ କଟକ ଭିଜିଲାନ୍ସ ପକ୍ଷରୁ ଇନ୍ଦିରାଆବାସ, ବିଜୁପକାଘର ଯୋଜନା, ମୋ କୁଡ଼ିଆ ଯୋଜନାରେ ହୋଇଥିବା ଦୁର୍ନୀତିନେଇ ଚଢ଼ାଉ କରାଯାଇଛି। କଟକ ଭିଜିଲାନ୍ସ ପକ୍ଷରୁ ୨ଜଣିଆ ଟିମ ଚଢ଼ାଉ କରିଥିଲେ। ବାଲିଆପଦା ପଞ୍ଚାୟତର ୪ଜଣଙ୍କ ଘରକୁ ଯାଇ ସେମାନଙ୍କୁ ପଚରାଉଚରା କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର  ଜବତ କରିଛନ୍ତି। ସେମାନେ ହେଲେ ବାଲିଆପଦା ପଂଚାୟତର ଦେବରାଜ ମଲ୍ଲିକ, ପର୍ଶୁରାମ ପୁହାଣ, ଅକ୍ଷୟ ନାୟକ ଓ ସାବିତ୍ରୀ ସ୍ୱାଇଁ। ଏମାନଙ୍କ କାଗଜପତ୍ର ଯାଂଚ ସହ ବ୍ଳକ କାଯ୍ୟାଳୟକୁ ଆସି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଯାଂଚ କରିବା ସହ ଜବତ କରିଛନ୍ତି।  ସୂଚନାଯୋଗ୍ୟ ବାଲିଆପଦା ପଂଚାୟତରେ ୨୦୧୭ ମସିହାରେ ବାଲିଆପଦା ପଂଚାୟତରୁ ଏକ ଅଭିଯୋଗ କଟକ ଭିଜିଲାନ୍ସରେ ହୋଇଥିଲା। ଯାହାର କେସ ନଂ ୬୪/୨୦୧୭ରେ  ପୂର୍ବତନ ପି. ଇ. ଓ  ପ୍ରସନ୍ନ ସାହୁ ଓ ପି. ଇ. ଓ  କୈଳାସଚନ୍ଦ୍ର ରାଉତଙ୍କ ନାମରେଏହି ଅଭିଯୋଗ  କରାଯାଇ ଥିବା ଜଣାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *