Monday , March 27 2023
Breaking News
Home / ବିଶେଷ / ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ବ୍ୟବସାୟୀଙ୍କୁ ଗୁଳିମାଡ କରି ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ବାଘମାରୀ ବଜାରରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଦୁର୍ବୃତମାନେ ୭୦ ହଜାର ଟଙ୍କା ଲୁଟିନେଇଥିବା ସୂଚନାମିଳିଛି ।
ମିଳିଥିବା ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ବ୍ୟବସାୟୀ ମନୋରଞ୍ଜନ ସାମନ୍ତରାୟ ତାଙ୍କ ତେଜରାତି ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ବଜାର ଠାରୁ ଅଧ କିମି ଦୂର ରେ ୪ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଗୁଳିଛି ମନୋରଞ୍ଜନ ଙ୍କ ଡ଼ାହାଣ ଗୋଡ଼ରେ ବାଜିଥିଲା । ସେ ସେଠାରେ ପଡ଼ିଯିବା କ୍ଷଣି ଦଚର୍ବୃତମାନେ ତାଙ୍କ ନିକଟରୁ ୭୦ ହଜାର ଟଙ୍କା ନେଇ ଫେରାର ହେଇଥିବା ଜଣାପଡିଛି । ଆହତ ବ୍ୟବସାୟୀଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବର ଏଏମଏସ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଘମାରୀ ଥାନା ପୋଲିସ ସାଇଂଟିଫିକ୍ ଟିମ୍ ସହ ତଦନ୍ତ ଜାରି ରହିଛି ।ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.