Sunday , March 26 2023
Breaking News
Home / ବିଶେଷ / ପୋଲିସର ଉଦାସୀନତା ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

ପୋଲିସର ଉଦାସୀନତା ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,୩୦/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଥାନା ପୋଲିସର ଉଦାସୀନତା ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ମହାକାଳପଡା ଥାନା ଅନ୍ତର୍ଗତ ମଲାନି ଗ୍ରାମର ଯଶୋବନ୍ତ ସାମଲ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୨୦୧୭ ମସିହାରୁ ସେ ମହାକାଳପଡା ଥାନାରେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଆସୁଥିଲେବି ଥାନା ପକ୍ଷରୁ ତାଙ୍କ ଅଭିଯୋଗକୁ କୌଣସି ଗୁରୁତ୍ୱ ପ୍ରଦାନ କରାନଯିବା ସହ ତାଙ୍କ ଅଭିଯୋଗକୁ ପଞ୍ଜିକୃତ କରାନଯିବା ଦ୍ୱାରା ବିଭିନ୍ନ ସମୟରେ ତାଙ୍କୁ ଓ ତାଙ୍କ ପରିବାରର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଚଳିତମାସ ୨୬ତାରିଖରେ ସେ ଘରେ ନଥିବା ବେଳେ ତାଙ୍କ ପତ୍ନୀ ଘରକାମ କରୁଥିବା ସମୟରେ ସେହି ଗ୍ରାମର ଇନ୍ଦ୍ରଜିତ ସାମଲ ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ । ଏସମ୍ପର୍କରେ ଯଶୋବନ୍ତଙ୍କ ଝିଅ ତାଙ୍କୁ ମୋବାଇଲ ଯୋଗେ ଜଣାଇବା ପରେ ସେ ତୁରନ୍ତ ଘର ନିକଟରେ ଆସି ପହଂଚିଥିଲେ । କିନ୍ତୁ ହଠାତ ସେହି ଗ୍ରାମର ମାଧ ଓ ତାଙ୍କ ପତ୍ନୀ ଦୁଇଜଣ ତାଙ୍କ ହାତରୁ ବାଇକ ଚାବିଟି ଛଡାଇନେଇ ଯଶୋବନ୍ତଙ୍କୁ ତଳେ ପକାଇ ବିଧା ଗୋଇଠା ମାରିବାରେ ଯଶୋବନ୍ତ ଅଚେତ ହୋଇପଡିଥିଲେ । ପରେ ଉଭୟ ଯଶୋବନ୍ତ ଏବଂ ତାଙ୍କ ପତ୍ନୀ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏସମ୍ପର୍କରେ ମହାକାଳପଡା ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ଉଭୟ ପକ୍ଷଙ୍କୁ ପରଦିନ ଥାନାକୁ ଡକାଯାଇଥିଲା । ଉଭୟ ପକ୍ଷ ଥାନାରେ ପହଂଚିଥିଲେ ମଧ୍ୟ ଥାନା ଅଧିକାରୀ କାହାକୁ କିଛି ନପଚାରି ବା ତଦନ୍ତ ନକରି ଯଶୋବନ୍ତଙ୍କୁ ୪ଘଂଟାରୁ ଉଦ୍ଧ୍ୱର୍ ସାର୍ଟପ୍ୟାନ୍ଟ ଖୋଲି ହାଜତ ଭିତରେ ପୁରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ସମସ୍ୟାର ସମାଧାନ ନକରି ଅସାମାଜିକ ଖଳ ପ୍ରକୃତିର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ଏତଦବ୍ୟତିତ ଅପରପକ୍ଷ ହିଂସ୍ର ଓ ଗୁଣ୍ଡାଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କ ଓ ପରିବବାରବର୍ଗଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବା ସହିତ ଯଶୋବନ୍ତଙ୍କ ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଏସପିଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.