Tuesday , December 6 2022
Home / ବିଶେଷ / ପିସ୍ତଲ ସହ ଗୁଳି ଜବତ, ୪ ଗିରଫ

ପିସ୍ତଲ ସହ ଗୁଳି ଜବତ, ୪ ଗିରଫ

ତାଳଚେର, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ତାଳଚେର ଥାନା ଅଂଚଳରେ କ୍ରମାଗତ ଭାବରେ ଚୋରି ବୃଦ୍ଧି ପାଉଥିବା ବେଳେ ପୋଲିସ ପୁଣି ଏକ ଦୁର୍ଦ୍ଧାନ୍ତ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ସମର୍ଥ ହୋଇଛି । ପ୍ରକାଶ ଥାଉକି ଏସଆଇ ବିପ୍ଲବ ସାହୁଙ୍କ ନେତୃତ୍ୱରେ ତାଳଚେର ଥାନାର ଷ୍ଟାଫମାନେ ବାଇପାସ ଛକ ଠାରେ ନାକା କରୁଥିବା ସମୟରେ ଦୁଇଜଣ ଯୁବକ ଦୃତ ଗତିରେ ଏକ ଗାଡିରେ ଆସି ନାକାକୁ ଭେଦ କରି ପଳାଇ ଯାଉଥିବା ସମୟରେ ଜଣେ ଯୁବକକୁ ପୋଲିସ ଧରିବାରେ ସମର୍ଥ ହୋଇଥିଲା । ତା ନିକଟରୁ ଏକ ପିସ୍ତଲ ସହିତ ଏକ ଜୀବନ୍ତ ଗୁଳି ପାଇବା ପରେ ତାକୁ ଅଧିକା ପଚରାଉଚୁରା କରିବାରେ ଗତ ଜୁଲାଇ ୧୮ରେ ହୋଇଥିବା ସୁନା ଚେନ ଚୋରିର ପର୍ଦ୍ଧାଫାସ୍ କରିବାରେ ସମର୍ଥ ହୋଇଥିଲା । ଅଧିକ ତଦନ୍ତରେ ସମ୍ପୃକ୍ତ ଯୁବକ ସହ ତା’ର ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ସୁନା ଜବତ କରିବାରେ ସମର୍ଥ ହୋଇଛି । ଗିରଫ ଦୁର୍ବୃତମାନେ ହେଲେ ଧରମପୁର ଗ୍ରାମର କମଳି ଓରଫ କମଳକାନ୍ତ ମହାପାତ୍ର (୨୩), ବଳସିଂଘା ଗ୍ରାମର ମନୋଜ ବେହେରା (୨୪), ସାମନ୍ତ ପ୍ରଧାନ (୨୫) ଓ ଟାଇସିଂଗା ଗ୍ରାମର ଅଜୟ କୁମାର ମହାରଣା (୨୧) । ତାଳଚେର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ତତ୍ୱାବଧାନରେ ଏସଆଇ ମନୋହର ପାତ୍ର ଓ ତାଳଚେର ଥାନା ପୋଲିସ୍ ବିଭିନ୍ନ ଜାଗାରେ ଛାନଭିନ୍ କରି ଏହି ଚୋରମାନଙ୍କୁ ଧରିବା ସହିତ ସୁନା ଉଦ୍ଧାର କରିଥିଲେ । ତାଳଚେର ଥାନା କେସ୍ ନଂ ୨୮୫/୨୧ ଦଫା-୩୯୨/୪୧୧/୪୧୪/୩୪ ଆଇପିସି ଓ ତାଳଚେର ଥାନା କେସ୍ ନମ୍ବର ୨୯୫/୨୧ ଦଫା ୨୫ ଆର୍ମସ୍ ଆକ୍ଟରେ ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.