Sunday , March 26 2023
Breaking News
Home / ବିଶେଷ / ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲା ରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲା ରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ଚାନ୍ଦୋଳ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ମାମଲାରେ ସଦର ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ସୁଚନା ଅନୁଯାଇ ସଦରଥାନା ଅନ୍ତର୍ଗତ ଚାନ୍ଦୋଳ ଅଂଚଳର ଜଣେ ନାବାଳିକାଙ୍କ ଗୃହ ନିର୍ମାଣ ନିମନ୍ତେ ପଶ୍ଚିମବଙ୍ଗର ମିଲନ ନାମକ ଜଣେ ବଙ୍ଗାଳି ମିସ୍ତ୍ରୀ ଠିକା ନେଇଥିଲେ । ଘର କାମ କରିବା ସମୟରେ ମିଲନଙ୍କ ସହିତ ସେହି ନାବାଳିକାଙ୍କ ସମ୍ପର୍କ ଗଢି ଉଠିଥିଲା । ସମ୍ପୃକ୍ତ ନାବାଳିକାଙ୍କ ପରିବାରର ଅଗୋଚରରେ ମିଲନ ଭିଡିଓ କଲିଂ କରି ସମ୍ପୃକ୍ତ ନାବାଳିକାଙ୍କ ଅଶ୍ଳୀଳ ଫଟୋ ରେକର୍ଡ କରି ନେଇଥିଲେ । ମିଲନ ନାବାଳିକାଙ୍କ ଘର ନିର୍ମାଣ କାମର ଠିକା ନେବା ସହ ତାଙ୍କ ପଡୋଶୀଙ୍କ ଘର କାମ ବୁଝାଶୁଝା କରୁଥିଲେ । କିନ୍ତୁ ପଡୋଶୀ ଏବଂ ନାବାଳିକାଙ୍କ ପରିବାର ମଧ୍ୟରେ ପୁର୍ବରୁ ଜମିବାଡିକୁ ନେଇ ବିବାଦ ଲାଗିରହିଥିଲା । ପଡୋଶୀଙ୍କ ଘରେ ମିଲନଙ୍କ ଭାଇ ମୁଲାୟମ ରହୁଥିଲେ । ନାବାଳିକାଙ୍କ ପଡୋଶୀ ଏବଂ ତାଙ୍କ ପତ୍ନୀ ମୁଲାୟମଙ୍କ ସହ ମିଶି ମିଲନର ଫୋନରେ ଥିବା ନାବାଳିକାଙ୍କ କେତେକ ଅଶ୍ଳୀଳ ଫଟୋ ଭିଡିଓ ହ୍ୱାଟ୍ସଅପ ଗୃପରେ ଭାଇରାଲ କରିଦେଇଥିଲେ । ପଡୋଶୀ ଦମ୍ପତି ଗତ ମଇଁ ମାସ ୧୩ ତାରିଖରେ ନାବାଳିକାଙ୍କ ମାଙ୍କୁ ତାଙ୍କ ଝିଅର ଅଶ୍ଳୀଳ ଫଟୋ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ମଇଁ ୧୫ ତାରିଖରେ ଏହି ଫଟୋ ଭାଇରାଲ ହୋଇଥିବା ଘଟଣା ସମ୍ପର୍କରେ ନାବାଳିକା ଓ ତାଙ୍କ ପରିବାର ଜାଣିବାକୁ ପାଇଲେ । ସେହି ଦିନ ମୁଲାୟମ ସମ୍ପୃକ୍ତ ନାବାଳିକାଙ୍କୁ ଫୋନକରି ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିବା ସହିତ ଧମକ ଦେଇଥିଲା । ଏସମ୍ପର୍କରେ କେନ୍ଦ୍ରାପଡା ସଦରଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଥାନା କେଶ ନମ୍ବର ୩୨୩/୨୦୨୧ରେ ଆଇପିସିର ୨୯୪,୫୦୬, ୩୪ ଦଫା ଏବଂ ୬୭(ଖ) ଆଇ.ଟି. ଆକ୍ଟ ଓ ୧୨ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା । ସେହି ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତ ମିଲନ ଓ ତାର ଭାଇ ମୁଲାୟମଙ୍କୁ ପୋଲିସ କଲିକତାରୁ ଗିରଫ କରିଥିଲା । ଏନେଇ କେନ୍ଦ୍ରାପଡା ସଦରଥାନାରେ କେନ୍ଦ୍ରାପଡା ଉପ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଆହୁତ କରି ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର କାଳିଗଞ୍ଜ ଥାନା ଅନ୍ତର୍ଗତ ଜାନକୀନଗର ଗ୍ରାମର ମିଲନ (୩୨) ମୁଲାୟମ (୩୦) ଓ କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ଦେବଦ ବେହେରା (୨୮) ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏବଂ ସେମାନଙ୍କ ନିକଟରୁ ୨ଟି ମୋବାଇଲ ଫୋନ ଜବତ କରାଯାଇଥିବା ସମ୍ପର୍କରେ ସୁଚନା ଦେଇଥିଲେ । ନାବାଳିକାଙ୍କ ପଡୋଶୀ ଦମ୍ପତି ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଏସ.ଡି.ପି.ଓ. ଶ୍ରୀ ପଣ୍ଡା କହିଥିଲେ । ଏହି ମାମଲାର ତଦନ୍ତ ସମୟରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଓ ଏସ.ଡି.ପି.ଓ. ଶ୍ରୀ ପଣ୍ଡା ପିଡିତା ପରିବାରକୁ ତାଙ୍କ ଗ୍ରାମକୁ ଯାଇ ଭେଟିବା ସହିତ ତାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ପିଡିତାଙ୍କୁ ତାର ପାଠପଢା ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.