ପାରାଦୀପ ୩୦/୦୭/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ସହର ପାରାଦୀପ ରେ ଦିନ କୁ ଦିନ ଗାଡି ମଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅନେକ ସମୟ ରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟା କୁ ଦୂର କରିବା ପାଇଁ ପାରାଦୀପ ବନ୍ଦର ସହଯୋଗ ରେ ପାରାଦୀପ ଆଦର୍ଶ ଥାନା ତତ୍ୱାବଧାନ ରେ ଟ୍ରାଫିକ୍ ଭଲ୍ୟୁନଟିୟରସ୍ ମାନଙ୍କୁ ନିୟୋଜନ କରାଯାଇଛି । ପାଖାପାଖି ଦୁଇ ବର୍ଷ ହେବ ଏହି ଟ୍ରାଫିକ୍ ଭଲ୍ୟୁନଟିୟରସ୍ ମାନେ ସହର ର ବିଭିନ୍ନ ଛକ ସ୍ଥାନ ତଥା ସ୍ଫର୍ଶକାତର ସ୍ଥାନମାନଙ୍କ ରେ ଖରା, ବର୍ଷା, ଶୀତ କାକର ରେ ଟ୍ରାଫିକ୍ ନିୟନ୍ତ୍ରଣ ରେ ଲାଗି ରହିଛନ୍ତି । ମହାମାରୀ କରୋନା ସମୟ ରେ ମଧ୍ୟ ଏହି ଟ୍ରାଫିକ୍ ଭଲ୍ୟୁନଟିୟରସ୍ ମାନେ ନିଜ କର୍ତବ୍ୟ ପରାୟଣତା ଦେଖାଇ ଚାଲିଛନ୍ତି । ସେମାନଙ୍କର ଏହି ମହାନ ତ୍ୟାଗ ଓ ନିଷ୍ଠା କୁ ଦେଖି ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଜନ ସମସ୍ୟା ନିବାରଣ ସଂସ୍ଥାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କୃତ କରାଯାଇଛି । ଏହି ଅବସର ରେ ଶୁକ୍ରବାର ଦିନ ପାରାଦୀପ ମଧୁବନସ୍ଥିତ ଗୁଣ୍ଡିଚା ମନ୍ଦିର ପରିସର ରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା । ଏହି ସମାରୋହ ରେ ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ମୁଖ୍ୟ ଅତିଥି, ସତ୍ୟସାଇ ସେବା ସମିତି ର ରାଜ୍ୟ ଆବହକ ଅର୍ନ୍ତଯ୍ୟାମୀ ପଟ୍ଟନାୟକ, ରିପ୍ଲେ ସିପିଙ୍ଗ ର ପରିଚାଳକ ପ୍ରଦୀପ କୁମାର ବୋଷ, ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ନିଷ୍ଠାପର ଭାବେ ପାରାଦୀପ ର ତାରିଣୀଗଡା ଠାରୁ ମଧୁବନ ପର୍ଯ୍ୟନ୍ତ ସବୁଠି ସ୍ୱଳ୍ପ ରୋଜଗାର ରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଏହି ଟ୍ରାଫିକ୍ ଭଲ୍ୟୁନଟିୟରସ୍ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ରମାକାନ୍ତ ଜେନା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର