Sunday , March 26 2023
Breaking News
Home / ବିଶେଷ / ଅଳପୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

ଅଳପୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା, ୩୦/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଧୋୟାଂଚଳର ଅଳପୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନୂତନ ଗୃହ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ସେହି ରାଜସ୍ୱ ସର୍କଲ ଅଧିନସ୍ତ ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି । ଦୀର୍ଘବର୍ଷ ହେବ ସେହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହଟି ଭାଙ୍ଗିରୁଜି ଯାଇ ଭଗ୍ନ ଅବସ୍ଥାରେ ପଡିରହିଛି । ତେଣୁ ସେହି ରାଜସ୍ୱ ସର୍କଲ ଅଧିନ ତରଡିପାଳ, ପେଣ୍ଠପାଳ ଓ ଅଳପୁଆ ଗ୍ରାମପଂଚାୟତ ସମେତ ୫ଟି ରାଜସ୍ୱ ଗ୍ରାମର ଅଧିବାସୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋ ସରକାର ଅଧିନରେ ଓଡିଶା ସରକାରଙ୍କ ବହୁ ଲୋକାଭିମୂଖୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଏହି ଅଂଚଳର ଲୋକମାନଙ୍କ ଠାରୁ ବହୁ ମାତ୍ରାରେ ରାଜସ୍ୱ ଆଦାୟ ହେଉଥିବା ବେଳେ ଗ୍ରାମବାସୀମାନେ ସେସବୁ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏଥିସହିତ ରାଜସ୍ୱ ନିରୀକ୍ଷକ ରହିବା ନିମନ୍ତେ ବାସଗୃହ ମଧ୍ୟ ନଥିବା ଅଭିଯୋଗ ହୋଇଛି । ସେହି ଅଂଚଳଟି ଏକ ବନ୍ୟା ପ୍ଲାବିତ ଅଂଚଳ ହୋଇଥିବାରୁ ସେଠାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହଟି ମୁଳୁଦୁଆ ଠାରୁ ଅନୁ୍ୟନ୍ୟ ୧୦ଫୁଟ ଉଚ୍ଚତାରେ ଏକ ଦୁଇ ମହଲା ଗୃହ ନିର୍ମାଣ କରାଯିବାକୁ ଧୋୟାଂଚଳବାସୀଙ୍କ ପକ୍ଷରୁ ଅଳପୁଆ ସରପଂଚ ରମେଶ ଚନ୍ଦ୍ର ଦାସ, ସମିତି ସଭ୍ୟା ନମିତା ଦାସ, ତରଡିପାଳ ସରପଂଚ ପ୍ରିୟଦର୍ଶିନୀ ତରାଇ, ସମିତି ସଭ୍ୟା ଝୁନୁଲତା ବେହେରା, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟା ବବିତା ମଲ୍ଲିକ, ୧୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ନରେନ୍ଦ୍ର କୁମାର ଧଲ, ଗଗନ ଚନ୍ଦ୍ର ମାହାଲିକ, କୃତିବାସ ସାହୁ, ସୁକାନ୍ତ ରାଉତ, ରାଖାଲ ବିଶ୍ୱାଳ, ଅଶୋକ ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । ଏଥିସହିତ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ୫-ଟି ସଚିବ, କେନ୍ଦ୍ରାଂଚଳ ରାଜସ୍ୱ ସଚିବ ପ୍ରମୁଖଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.