Sunday , July 3 2022
Home / ତାଜା ଖବର / ୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ  ଜୋରିମାନା

୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ  ଜୋରିମାନା

ବାଲିଗୁଡା,୨୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ ସ୍ଥିତ ଦେୱାନୀ ଓ ଫୌଜଦାରି ଅଦାଲତ (ଜେଏମଏଫସି)କୋର୍ଟ ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତକୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ।ଦଙ୍ଗାର ଦୀର୍ଘ ୧୩ବର୍ଷ ପରେ ଗୁରୁବାର ଆଜି ରାୟ ପ୍ରକାଶ ପାଇଛି । ତେବେ ସେଥିମଧ୍ୟରୁ ଜଣେ ଅଭିଯୁକ୍ତ ର ମୃତ୍ୟୁ ହୋଇ ଯାଇଥିବା ଯୋଗୁଁ ଅନୁପସ୍ଥିତ ଥିବାରୁ ୬ଜଣ ଅଭିଯୁକ୍ତଙ୍କ ନାମରେ ଜାମିନବିହୀନ ପରୱାନା ଜାରି ହୋଇଛି।ସୂଚନା ଯୋଗ୍ୟ ଯେ ଗତ ୨.୦୯.୦୮ରେ କୋଟଗଡ଼ ବଣ୍ଡାପିପିଲି  ଗ୍ରାମ ର ଅତୁଲ ପରିଛା କୋଟଗଡ଼ ଥାନାରେ ଏତଲା  ଦେଇଥିଲେ । ଏତଲା କୁ ଭିର୍ତ୍ତି କରି କୋଟଗଡ଼ ପୋଲିସ କେଶନଂ. ୩୨/୦୮,ଧାରା ୧୪୭/୫୦୬/୪୨୭/୪୫୨/୪୩୫ ରେ ମାମଲା ରୁଜୁ କରିଥିଲା। ଆଜି ଗୁରୁବାର ଏହାର ରାୟ ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ସବିତା ସାମନ୍ତରାଏ ମକଦ୍ଦମା ପରିଚାଳନା କରୁଥିଲେ। ଓଡିଶା ସମାଚାର

About admin

Check Also

ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା

ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …

Leave a Reply

Your email address will not be published. Required fields are marked *