Tuesday , March 28 2023
Breaking News
Home / ବିଶେଷ / ସାମାନ୍ୟ ବର୍ଷାରେ ବିଦୁ୍ୟତ୍ କାଟ ଯୋଗୁଁ ଅସ୍ତବ୍ୟସ୍ତ ଜନସାଧାରଣ

ସାମାନ୍ୟ ବର୍ଷାରେ ବିଦୁ୍ୟତ୍ କାଟ ଯୋଗୁଁ ଅସ୍ତବ୍ୟସ୍ତ ଜନସାଧାରଣ

ପାରାଦୀପ ୨୯/୦୭/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ଷଣ୍ଢକୁଦ ବସ୍ତିରେ ସାମାନ୍ୟ ବର୍ଷାରେ ଅଘୋଷିତ ବିଦୁ୍ୟତ କାଟ ଯୋଗୁଁ ଅସହ୍ୟ ହୋଇ ପଡିଛି ବସ୍ତି ବାସିନ୍ଦାଙ୍କ ଜୀବନ । ଜିଳ୍ଲାରେ ମୌସୁମୀ ଛୁଇଁ ଥିବା ବେଳେ ଆରମ୍ଭ ହୋଇଛି ବର୍ଷା ହେଲେ ସାମାନ୍ୟ ବର୍ଷାରେ ବିଦୁ୍ୟତ ବିଭାଗ ନିଜ ମନମାନି ଯୋଗୁଁ ଷଣ୍ଢକୁଦ ବସ୍ତିରେ ହେଉଛି ବିଦୁ୍ୟତ୍ କାଟ । ରାତିରେ ବର୍ଷା ହେଲେ ଚାଲି ଯାଉଛି ଲାଇନ୍ । ଅନ୍ୟ ପଟେ ବର୍ଷା ହେବା ଯୋଗୁଁ ବିଷଧର ସାପ ଓ ଅନ୍ୟାନ୍ୟ ସରିସୃପ ଜନ୍ତୁ ଗୁଡିକ ବାହାରକୁ ବାହାରି ଅସୁଛନ୍ତି । ସେହିପରି ବିଦୁ୍ୟତ ନଥିବା ଯୋଗୁଁ ବସ୍ତିବାସିନ୍ଦାଙ୍କ ପାଇଁ ଭୟ ଓ ଚିନ୍ତାର କାରଣ ପାଲଟିଛି । ବିଦୁ୍ୟତ ବିଭାଗର ମନମାନି ପାଇଁ ସାମାନ୍ୟ ବର୍ଷାରେ ବି ବିଦୁ୍ୟତ କାଟୁଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟପକ୍ଷେ ଷଣ୍ଢକୁଦ ବସ୍ତିର ତିନୋଟି ୱାର୍ଡରେ ରାତି ସାରା ବିଦୁ୍ୟତ ରହୁ ନଥିବା ଦେଖା ଯାଉଥବା ବେଳେ ଏଥିପ୍ରତି ନା ପ୍ରଶାସନ କି କୌଣସି ରାଜନେତାଙ୍କ ଦୃଷ୍ଟି ପଡୁଛି । ତେଣୁ ତୁରନ୍ତ ଏହାର ସମାଧାନ କରିବାକୁ ଜନସାଧାରଣରେ ଦାବି ହେଉଛି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସାମାଧାନ ନହୁଏ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି ।   ଓଡ଼ିଶା ସମାଚାର

Leave a Reply

Your email address will not be published.