ରଘୁନାଥପୁର,୨୯/୦୭/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲାର ସ୍ରଷ୍ଟା ପୂର୍ବତନ ମନ୍ତ୍ରୀ ତଥା ନିରୀହ ଗରୀବ ଜନସାଧାରଣଙ୍କ ତ୍ରାଣ କର୍ତା ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତି ଆଜି ରଘୁନାଥପୁର ଠାରେ ଉନ୍ମୋଚିତ ହୋଇ ଯାଇଛି । ଆଜି ପୂର୍ବାହ୍ନ ୧୦ ଘଙ୍କିକା ସମୟରେ ରଘୁନାଥପୁର ବଜାର ନିକଟରେ ଥିବା ପ୍ରତିମୂର୍ତିକୁ ଅନେକ ମହିଳା ଓ ସାଧାରଣ ଜନତା ଏକତ୍ରୀତ ହୋଇ ଆନୁଷ୍ଠାନିକଭାବେ ଉନ୍ମୋତିତ କରିଥିଲେ । ପ୍ରକାଶ ଥାଉକି ଗତ ରବିବାର ଦିନ ସ୍ୱର୍ଗତ ଦାସଙ୍କ ପ୍ରତିମୂର୍ତି ଉନ୍ମୋଚନ କରାଯିବା ପାଇଁ ସ୍ଥିର କରାଯାଇଥିବାବେଳେ କରୋନା ପାଇଁ ରବିବାର ସପ୍ତାହନ୍ତ ସଟଡ଼ାଉନ ଥିବାରୁ ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିଲା । ତେବେ ଆଜକୁ ୫ ଦିନ ହେବ ଏହି ପ୍ରତିମୂର୍ତି ଉନ୍ମୋଚିତ ନହୋଇ ପଡ଼ି ରହିଥିବାରୁ ଏହା ସ୍ୱର୍ଗତ ଦାସଙ୍କ ପ୍ରତି ଘୋର ଅପମାନ ଉପଲବ୍ଧି କରି ଆଜି ଶତାଧିକ ସାଧାରଣ ମହିଳା ଓ ପୁରୁଷ ରଘୁନାଥପୁର ବଜାରକୁ ଆସି ପ୍ରଥମେ ବିଜୁ ପଟ୍ଟନାୟକ ଓ ଗୋପବନ୍ଧୁ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତିକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ସର୍ବ ସାଧାରଣରେ ସାଧୁବାଦ ଜ୍ଞାପନ କରାଯାଇଛି । ଓଡ଼ିଶା ସମାଚାର