Monday , October 2 2023
Breaking News
Home / ବିଶେଷ / “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବାରିହାପୁର ଗ୍ରାମ ରେ ସାନିଟାଇଜ କାର୍ଯ୍ୟକ୍ରମ

“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବାରିହାପୁର ଗ୍ରାମ ରେ ସାନିଟାଇଜ କାର୍ଯ୍ୟକ୍ରମ

ପରଜଙ୍ଗ, ୨୯/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ବାରିହାପୁର ଗ୍ରାମର ସମସ୍ତ ଧର୍ମାନୁଷ୍ଠାନ ଶିବ ମନ୍ଦିର, ଶନି ମନ୍ଦିର, ହନୁମାନ ମନ୍ଦିର, ବାବା ଗୋବିନ୍ଦାସ ମନ୍ଦିର ପରିସର ରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କୋଭିଡ ସଂକ୍ରମଣ ତୃତୀୟ ଲହର କୁ ଦୃଷ୍ଟି ରେ ରଖି ସାନିଟାଇଜ କରାଯାଇଥିଲା । କୋଭିଡ ସଂକ୍ରମଣ ହାର କିଛିଦିନ ପାଇଁ ହ୍ରାସ ପାଇଥିଲେ ମଧ୍ୟ ଏବେ ପୁଣି ଧୀରେ ଧୀରେ ସଂକ୍ରମଣ ହାର ବଢିବାରେ ଲାଗିଅଛି । ଦେଶରେ ତୃତୀୟ ଲହର ସଂକ୍ରମଣ ଏବେ ପ୍ରଵେଶ କରି ସାରିଅଛି । ଆମକୁ ସତର୍କ ଓ ସଚେତନ ରେ ସବୁବେଳେ ରହିବା ପାଇଁ ପଡିବ ଏବଂ ସମସ୍ତଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ପଡିବ । ରାଜ୍ୟ ସରକାରଙ୍କ କୋଭିଡ କଟକଣା କୁ ଆମ ସମସ୍ତଙ୍କୁ ମାନି ଚଳିବାକୁ ପଡିବ । ଆମ ସୁରକ୍ଷା ଆମ ନିଜ ହାତରେ ଏବଂ ଆମ ଜୀବନ ଜୀବିକା ମଧ୍ୟ ଆମ ହାତରେ । ଏଣୁ ତୃତୀୟ ଲହର ସଂକ୍ରମଣ କୁ ଆମେ ଏତେ ହାଲୁକା ରେ ନେବା ଉଚିତ ନୁହେଁ । ଆମେ ସମସ୍ତେ ରୋଗୀ ବିରୁଦ୍ଧରେ ନୁହେଁ ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବା ପାଇଁ ପଡିବ । ହାରିବ କରୋନା ଜିତିବ ଓଡିଶା । ଆଜିର ଏହି କାର୍ୟ୍ୟକ୍ରମ ରେ “ଯୁବଶକ୍ତି” ର ଲିଟୁ ସାମଲ, ସୁଶୀଲ ସାହୁ, ସରୋଜ ସାହୁ, ବିଭୁତି ସାହୁ, ଟୁବୁଲି ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *