Tuesday , December 6 2022
Home / ବିଶେଷ / ମର୍କଜୀ ମସଜିଦ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ମର୍କଜୀ ମସଜିଦ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୨୯/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ଫକିରାବାଦ ମର୍କଜୀ ମସଜିଦର ଉନ୍ନୟନ ନିମନ୍ତେ ବିଗତ ବର୍ଷ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଏକ କୋଟି ଟଙ୍କା ଅନୁଦାନରେ ନିର୍ମାଣାଧିନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ବୁଧବାର ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଫକିରାବାଦ ମସଜିଦକୁ ଆସି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ସେହି ପ୍ରକଳ୍ପଟି କିପରି ଯଥାଶୀଘ୍ର ସଂପୂର୍ଣ୍ଣ ହେବ ସେ ସମ୍ପର୍କରେ ଉପସ୍ଥିତ ପୌର ପ୍ରଶାସକ ତଥା ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ମସଜିଦ କମିଟିର ସମ୍ପାଦକ ମୀର ଖଲିଉଲ୍ଲା, କମିଟିର ସଦସ୍ୟ ମହମ୍ମଦ ତଫିକ ଓ ବିଜେଡି ନେତା ମହମ୍ମଦ ନିୟାଜ(ମତୁ) ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହିତ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.