Saturday , December 10 2022
Home / ବିଶେଷ / ବଡପଡା ସମବାୟ ସମିତିରେ ସମ୍ପାଦକ ନିଯୁକ୍ତି ଘଟଣା : ୨ସପ୍ତାହ ମଧ୍ୟରେ ନୂତନ ନିଯୁକ୍ତି ବିଜ୍ଞାପନ ପାଇଁ ଲୋକାୟୁକ୍ତଙ୍କ ନିର୍ଦେଶ

ବଡପଡା ସମବାୟ ସମିତିରେ ସମ୍ପାଦକ ନିଯୁକ୍ତି ଘଟଣା : ୨ସପ୍ତାହ ମଧ୍ୟରେ ନୂତନ ନିଯୁକ୍ତି ବିଜ୍ଞାପନ ପାଇଁ ଲୋକାୟୁକ୍ତଙ୍କ ନିର୍ଦେଶ

କେନ୍ଦ୍ରାପଡ଼ା, ୨୯/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପ୍ରାଥମିକ କୃଷି ସମବାୟ ସମିତିରେ ବେଆଇନ ଭାବେ ଜନୈକ କଂଟ୍ରୋଲ ଡିଲରଙ୍କୁ ଗତ ୨୦୧୬ମସିହାରେ ପ୍ରଥମେ ଡାଟା ଏନ୍ଟ୍ରି ଅପରେଟର ଭାବେ ନିଯୁକ୍ତି ପ୍ରଦାନ କରାଯିବା ପରେ ଗତ ୨୦୧୯ ମସିହାରେ ସହ ସମ୍ପାଦକ ଭାବେ କାର୍ଯ୍ୟ କରିବାକୁ ଅନୁମତି ଏବଂ ପରବର୍ତି ସମୟରେ ୨୦୨୦ମସିହା ଜାନୁଆରୀମାସରେ ସେହି ଡିଲର କୃଷ୍ଣ ଜୀବନ ଦାଶଙ୍କୁ ସମ୍ପାଦକ ଭାବେ ଦାୟୀତ୍ୱ ପ୍ରଦାନ ଘଟଣାକୁ ନେଇ ବଡପଡାର ଅଜୟ ସାହୁ ଏଲ.ୱାଇ.-୨୨୩/୨୦୨୦ରେ ଏବଂ ଜ୍ୟୋତିପ୍ରକାଶ ପ୍ରଧାନ ଏଲ.ୱାଇ.-୧୦୪୩/୨୦୨୦ରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଅର୍ଥ ବିନିମୟରେ ବେଆଇନ ଭାବେ ଏଭଳି କାର୍ଯ୍ୟ କରିଥିବା ନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ୨ଟି ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଚଳିତମାସ ୨୭ତାରିଖରେ ବଡପଡା ସମବାୟ ସମିତିର ପ୍ରଶାସକ ବିକାଶ କୁମାର ତରାଇଙ୍କୁ ଲୋକାୟୁକ୍ତଙ୍କ ନିକଟରେ ହାଜର ହେବାକୁ ପୂର୍ବରୁ ନୋଟିସ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ୨ସପ୍ତାହ ମଧ୍ୟରେ ବଡପଡା ପା୍ରଥମିକ କୃଷି ସମବାୟ ସମିତିର ସମ୍ପାଦକ ପଦ ପୁରଣ ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ କରି ପଦ ପୁରଣ ନିମନ୍ତେ ନିର୍ଦେଶ ଦେଇଛନ୍ତି । ଏଥିସହିତ ଆସନ୍ତା ସେପ୍ଟେମ୍ବରମାସ ୧୩ତାରିଖ ସୁଦ୍ଧା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦିଆଯାଇଛି । ସମବାୟ ସମିତି ଆଇନରେ ପ୍ରଥମେ ଡାଟା ଏନ୍ଟ୍ରି ଅପରେଟର ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ସମ୍ପାଦକ ହୋଇପାରିବେ ନାହିଁ ବୋଲି ନିୟମ ଥିବା ବେଳେ ସମିତିର ଅନ୍ୟ ଜଣେ ସଭ୍ୟ ବନମାଳି ମହାପାତ୍ର ଡବ୍ଲୁପିସି ନମ୍ବର ୧୪୦୭୪/୨୦୨୦ର ଆଦେଶକୁ ଚ୍ୟାଲେଞ୍ଜ କରି ଓଡିଶା ସମବାୟ ସମିତି ସମୁହର ନିବନ୍ଧକ ସୁସାନ୍ତ କୁମାର ବାରିକଙ୍କ ନାମରେ ଏକ ପୃଥକ କମ୍ପେପ୍ଟ କେଶ  ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.