କେନ୍ଦ୍ରାପଡ଼ା, ୨୯/୦୭/୨୦୨୧(ଓଡ଼ିଶା ସମାଚାର)-ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଲିଗାଲ ସେଲର ଉପାଧ୍ୟକ୍ଷ ଭାବେ କେନ୍ଦ୍ରାପଡାର ବରିଷ୍ଠ ଆଇନଜିବି ଧରଣୀଧର ସୁଆରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାକଙ୍କ ଅନୁମୋଦନ କ୍ରମେ ବରିଷ୍ଠ ଆଇନଜିବି ଶ୍ରୀ ସୁଆରଙ୍କୁ ପ୍ରଦେଶ କଂଗ୍ରେସ ରାଜ୍ୟ ଲିଗାଲ ସେଲର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥିପାଇଁ ଶ୍ରୀ ସୁଆର ପିସିସି ସଭାପତି ଶ୍ରୀ୍ର୍ର ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି । ଏହି ନିଯୁକ୍ତି ପାଇଁ ଶ୍ରୀ ସୁଆରଙ୍କୁ କେନ୍ଦ୍ରାପଡା ଜିଲ୍ଲା ଓ ଜିଲ୍ଲା ବାହାରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଓଡ଼ିଶା ସମାଚାର