କେନ୍ଦ୍ରାପଡ଼ା,୨୯/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ କେତେକ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । କେନ୍ଦ୍ରାପଡ଼ା ଏସପି ସନ୍ଦୀପ ସମ୍ପତ ମଡ଼କର ଜିଲର ଥାନା ଅଧିକାରୀ ମାନଙ୍କର ଏହି ବଦଳି କରିଛନ୍ତି । କେନ୍ଦ୍ରାପଡ଼ା ହେଡ଼କ୍ୱାର୍ଟର ରେ ଥିବା ପରେଶ କୁମାର ମହାନ୍ତି ଙ୍କୁ ଜମ୍ବୁ ମେରାଇନ୍ ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଜମ୍ବୁ ମେରାଇନ୍ ଥାନା ଆଇଆଇସି ମହେଶ୍ୱର ସେଠୀ ଙ୍କୁ ତନ୍ତିଆପାଳ ମେରାଇନ୍ ଥାନା ର ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ତନ୍ତିଆପାଳ ମେରାଇନ୍ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ସ୍ୱାଇଁ ଙ୍କୁ ଡ଼େରାବିଶ ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ଡ଼େରାବିଶ ଥାନା ଆଇଆଇସି ସୁମନ୍ତ କିଶାନ ଙ୍କୁ ଟାଉନ୍ ଥାନା ର ଅତିରିକ୍ତ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଟାଉନ ଥାନା ଆଇଆଇସି ସିମନ ଲାକ୍ରା ଙ୍କୁ ପଟ୍ଟାମୁଣ୍ଡାଇ ଥାନାର ଅତିରିକ୍ତ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି । ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦି ବେହେରା ନିକିରାଇ ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ନିକିରାଇଥାନା ଆଇଆଇସି କାବୁଲି ବାରିକ ଙ୍କୁ କେନ୍ଦ୍ରାପଡ଼ା ହେଡ଼ କ୍ୱାର୍ଟରକୁ ବଦଳି କରାଯାଇଛି । କେନ୍ଦ୍ରାପଡ଼ା ହେଡ଼ କ୍ୱାର୍ଟର ରେ ଥିବା ଇନ୍ସିପେକ୍ଟର ପ୍ରଦୀପ୍ତ କୁମାର କାନୁନଗୋଙ୍କୁ ମାର୍ଶାଘାଇ ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର