ଭୁବନେଶ୍ୱର,୨୯/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଅର୍ଥ ବିଭାଗ ସଚିବ ଥିବା ଅଶୋକ ମୀନାଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଭାବେ ବଦଳି କରାଯାଇଛି । ପର୍ୟ୍ୟଟନ ଓ କ୍ରୀଡା ବିଭାଗ ସଚିବ ଥିବା ଆଇଏଏସ ବିଶାଲ ଦେବଙ୍କୁ ଅର୍ଥ ବିଭାଗ ସଚିବ ଭାବେ ବଦଳି କରାଯାଇଛି । ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ ଥିବା ଡି.କେ. ସିଂଙ୍କୁ ଇସ୍ପାତ ଓ ଖଣି ବିଭାଗ ସଚିବ ଭାବେ ବଦଳି କରାଯାଇଛି । ଇସ୍ପାତ ଓ ଖଣି ବିଭାଗ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ସଚିବ ଭାବେ ବଦଳି କରାଯିବା ସହ ପର୍ୟ୍ୟଟନ ବିଭାଗ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଭିନୀଲ କ୍ରୀଷ୍ଣାଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ କମିଶନର ସହ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର