କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଗୋରୀଶଙ୍କର ହୋଟେଲ ପରିସରରେ ସାମ୍ବାଦିକଙ୍କୁ ମାଡ ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ପରିଷଦର ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜାତୀୟ ପରିଷଦର ସମ୍ପାଦକ ଚିତରଞ୍ଜନ ତରାଇ ଓ ଜିଲ୍ଲା ସମ୍ପାଦକ ଧନେଶ୍ୱର ପଟ୍ଟନାୟକ ଯୋଗଦେଇ ଗତ ୨୧ତାରିଖରେ ଖବର ସଂଗ୍ରହ କରିବାକୁ କେନ୍ଦ୍ରାପଡା ଏସପିଙ୍କ କାର୍ୟ୍ୟାଳୟ ପରିସରକୁ ଯାଇଥିବା ୱେବ ମିଡିଆର ସାମ୍ବାଦିକ ଭୀମସେନ ସେଠୀଙ୍କୁ ଏସପିଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ମହିଳା କନେଷ୍ଟବଳ ଯେଉଁଭଳି ଭାବରେ ସର୍ବସମ୍ମୁଖରେ ମାଡ ମାରିଲେ ତାହା ବିରୁଦ୍ଧରେ ଯଦି ଆସନ୍ତା ୪୮ ଘଂଟା ମଧ୍ୟରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ୨ଶହରୁ ୩ଶହ ମହିଳା ଓ ପୁରୁଷଙ୍କୁ ନେଇ ଭାରତୀୟ ମାନବାଧିକାର ପରିଷଦ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛି ପରିଷଦ । ଓଡ଼ିଶା ସମାଚାର