କେନ୍ଦ୍ରାପଡ଼ା,୨୮/୦୭/୨୦୨୧(ଓଡ଼ିଶା ସମାଚାର)-ବିଜୁ ମହିଳା ଜନତା ଦଳ କେନ୍ଦ୍ରାପଡା ଜିଲ୍ଲା କମିଟିକୁ ପୁନର୍ଗଠିତ କରାଯାଇଛି । ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ଅନୁମୋଦନ କ୍ରମେ ଏହି କମିଟିକୁ ପୁର୍ନଗଠିତ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ବିଜୁ ମହିଳା ଜନତା ଦଳର ଉପସଭାପତି ଭାବେ ୫ଜଣଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦିକା ଭାବେ ୫ଜଣ, ସମ୍ପାଦିକା ଭାବେ ୨୧ଜଣ ଓ ଡିଜିଟାଲ ସମ୍ପାଦିକା ଭାବେ ୫ଜଣଙ୍କୁ ଚୟନ କରାଯାଇଛି । ସେହିଭଳି ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୌରାଂଚଳର ସଭାପତିଙ୍କୁ ଚୟନ କରାଯାଇଛି । ସେମାନେ ହେଉଛନ୍ତି ଜିଲ୍ଲା ଉପସଭାପତି ଭାବେ ଲତିକା ସାହୁ, କବିତା ମଲ୍ଲିକ, ସୀତା ସୁନ୍ଦରୀ ମଲ୍ଲିିକ, ସୁଲୋଚନା ସାହୁ ଓ ନମିତା ସାହୁ । ସାଧାରଣ ସମ୍ପାଦିକା ଭାବେ ଜ୍ୟୋତିର୍ମୟୀ ବେହେରା, ଭାରତୀ ଦଳାଇ, ମିନତୀ ପରିଡା, ମଞ୍ଜୁଲତା ରାଉତ ଓ କଳ୍ପନା ବେଉରା । ସମ୍ପାଦିକା ଭାବେ ପ୍ରେମଲତା ଦାସ, ସବିତା ସେଠୀ, ଅନିତା ସାହୁ, ସାରଥି ଦାସ, ସସ୍ମିତା ବରାଳ, ନଳିନୀପ୍ରଭା ଚୈାଧୁରୀ, ପଂଚମୀ ମଣ୍ଡଳ, ସୁନତୀ ସାହୁ, ଭକ୍ତିମୟୀ କର, ଇତିଶ୍ରୀ ଦାସ, ସହିଦା ବିବି, ଜ୍ୟୋତିର୍ମୟୀ ମହାପାତ୍ର, ନମିତା ଦାସ, ପଦ୍ମାଳୟା ରାଉତ, ଆରତୀ ଦାସ, ରୀନା ରାଣୀ ପ୍ରଧାନ, ଉର୍ବସୀ ସିଂ, ବାସନ୍ତି କର, ସୁଷମା ଦାସ, ଲିଲିନା ପରିଡା ଓ ଜୟନ୍ତୀ ବେହେରାଙ୍କୁ ଚୟନ କରାଯାଇଥିବା ବେଳେ ଡିଜିଟାଲ ସମ୍ପାଦିକା ଭାବେ ପୁଷ୍ପାଞ୍ଜଳି ପାତ୍ର, ସରିତା ପ୍ରଧାନ, ସ୍ମୃତିମୟୀ ସେନାପତି, ମମତା ଦାସ ଓ ସଂଯୁକ୍ତା ସାହୁଙ୍କୁ ଚୟନ କରାଯାଇଛି । ସେହିପରି ରାଜନଗର ମହିଳା ବିଜୁ ଜନତା ଦଳର ବ୍ଲକ ସଭାପତି ଭାବେ ରଶ୍ମିରଞ୍ଜିତା ସ୍ୱାଇଁ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଭାବେ ଜୟନ୍ତୀ ସ୍ୱାଇଁ, ମହାକାଳପଡା ବ୍ଲକ ସଭାପତି ଭାବେ ସରୋଜିନୀ ସେଠୀ, ଆଳି ବ୍ଲକ ସଭାପତି ଭାବେ ଅନୁରାଧା ପାଢୀ, ରାଜକନିକା ବ୍ଲକ ସଭାପତି ଭାବେ ସଂଯୁକ୍ତା ଶତପଥୀ, ଡେରାବିଶ ବ୍ଲକ ସଭାପତି ଭାବେ ତୃପ୍ତିମୟୀ କର, ଗରଦପୁର ବ୍ଲକ ସଭାପତି ଭାବେ ସୌଦୁସ୍ମିତା ଲେଙ୍କା, କେନ୍ଦ୍ରାପଡା ବ୍ଲକ ସଭାପତି ଭାବେ ସୁମିତ୍ରା ପାଢୀ, ପଟ୍ଟାମୁଣ୍ଡେଇ ନଗର ସଭାପତି ଭାବେ ବୈଜୟନ୍ତି ମାଳା ଲେଙ୍କା ଓ କେନ୍ଦ୍ରାପଡା ନଗର ସଭାପତି ଭାବେ ସ୍ୱୟଂପ୍ରଭା କରଙ୍କୁ ଚୟନ କରାଯାଇଛି । ଓଡ଼ିଶା ସମାଚାର