ପାରାଦୀପ ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ନିଷିଦ୍ଧାଂଚଳରେ ଏକ ଅଘଟଣ ଘଟି ଯାଇଛି । ଘଟଣାରୁ ପ୍ରକାଶ ବନ୍ଦରର ରୁଟ-୬ ପ୍ଲଟରେ ଟ୍ରେନ ଦ୍ୱାରା କୋଇଲା ଲୋଡିଂ ସମୟରେ ୱାଗନ ଡୋର୍ ଖୋଲି ଯିବାରୁ ଜଣେ ଜିପିଏମ୍ ଶ୍ରମିକ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଟ୍ରେନରେ କୋଇଲା ଲୋଡିଂ ପୂର୍ବରୁ ପ୍ରଥମେ ୱାଗନ୍ ର ଡୋର ଗୁଡିକୁ ଲକ୍ କରିବା ସହିତ ଏହାକୁ ଜିପିଏମ୍ ଶ୍ରମିକମାନେ ଯାଂଚ କରିଥାନ୍ତି । ଆଜି ରବି ମଲ୍ଲିକ ନାମକ ଜଣେ ଜିପିଏମ୍ ଶ୍ରମିକ ଉକ୍ତ ୱାଗନ୍ ର ଡୋର ଲକ୍ କରିବା ସମୟରେ ସିଗିନାଲ କର୍ମଚାରୀ କୋଇଲା ଲୋଡିଂ କରିବାକୁ ସିଗନାଲ ଦେଇଥିଲେ । ଫଳରେ ୱାଗନ୍ ର ଡୋର୍ଟି ହଠାତ ଖୋଲିଯାଇ ରବିଙ୍କ ମୁହଁରେ ମାଡ ବାଜି ଯିବାରୁ ସେ ସମ୍ପୁର୍ଣ୍ଣ କୋଇଲାରେ ପୋତି ହୋଇ ପଡିଥିଲେ । ସେଠାରେ କାର୍ଯ୍ୟରତ ଅନ୍ୟ ଶ୍ରମିକ ମାନେ କୋଇଲା ଖୋଳି ତାଙ୍କୁ ଉଦ୍ଧାର କରିବା ସହିତ ବନ୍ଦର ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଘଟଣାକୁ ନେଇ ଜିପିଏମ୍ ଶ୍ରମିକ ମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଓଡ଼ିଶା ସମାଚାର