Monday , March 27 2023
Breaking News
Home / ବିଶେଷ / ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା ପ୍ରତ୍ୟାହୃତ

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ୧୪୪ ଧାରା ପ୍ରତ୍ୟାହୃତ

କେନ୍ଦ୍ରାପଡ଼ା,୨୮/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୪ତାରିଖରେ କେନ୍ଦ୍ରାପଡା ପୌରାଂଚଳ ସମେତ ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ଜାରି କରାଯାଇଥିବା ୧୪୪ ଧାରାକୁ ମଙ୍ଗଳବାର ରାତି ୧୧ ଠାରୁ ପ୍ରତ୍ୟାହାର କରିନିଆଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୪ତାରିଖରେ ନିର୍ଦେଶନାମା ଜାରି କରାଯାଇଥିଲା । ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବା  ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.