Wednesday , October 4 2023
Breaking News
Home / ବିଶେଷ / ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନାର ଅନ୍ତରୀଣ ଜାମିନ ନାମଞ୍ଜୁର

ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନାର ଅନ୍ତରୀଣ ଜାମିନ ନାମଞ୍ଜୁର

କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ଏନକାଉଁଟରରେ ମୃତ ଗ୍ୟାଙ୍ଗଷ୍ଟର ହାଇଦରର ବଡପୁଅ ମୁନା ଓରଫ ସେକ କାଦିର ଅନ୍ତରୀଣ ଜାମିନ ଆବେଦନକୁ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ନାମଞ୍ଜୁର କରିଦେଇଛନ୍ତି । ଚୌଦ୍ୱାର ଜେଲରେ ବିଚାରାଧିନ ବନ୍ଦି ଭାବେ ଥିବା ମୁନା ତା’ର ବାପା ହାଇଦରର ଶୁଦ୍ଧିକ୍ରୀୟାରେ ଯୋଗଦେବା ନିମନ୍ତେ ଗତ ସୋମବାର ଏକ ୪୦ଦିନିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା । ତେବେ ସେ ଜେଲରୁ ମୁକ୍ତ ହେଲେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଏବଂ ତା ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରି ଜିଲ୍ଲା ଦୌରାଜଜ ତାର ଆବେଦନକୁ ଖାରଜ କରିଦେଇଥିବା ମୁନାର ଓକିଲ ରବିନାରାୟଣ ମହାନ୍ତିଙ୍କ ଠାରୁ ସୂଚନା ମିଳିଛି । ଗ୍ୟାଙ୍ଗଷ୍ଟର ହାଇଦରର ବଡପୁଅ ମୁନା ଗତ ୨୦୧୧ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅଂଚଳର ଜଣେ ସିମେଂଟ ବ୍ୟବସାୟୀଙ୍କୁ ହତ୍ୟା କରିଥିବା ମାମଲାରେ ସେ ଜେଲରେ ଅଛି । ମୁନା ନାମରେ କେନ୍ଦ୍ରାପଡା ଟାଉନ ଥାନାରେ ୯ଟି ମାମଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଥାନା ଗୁଡିକରେ ୧୯ଟି ମାମଲା ରହିଛି । ମୁନା ୨୦୧୧ମସିହାରୁ ଚୌଦ୍ୱାର ଜେଲରେ ବିଚାରାଧିନ ବନ୍ଦୀ ଭାବେ ଜୀବନ କାଟୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *