ଗରଦପୁର,୨୮/୦୭/୨୦୨୧(ଓଡ଼ିଶା ସମାଚାର)-ସମ୍ପ୍ରତି ଗରଦପୁର ବ୍ଲକ୍ ରେ ହୋଇଥିବା ମନରେଗା କାର୍ଯ୍ୟରେ ବ୍ୟାପକ ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ମାତ୍ର ପ୍ରାୟ୬ ମାସ ହେବ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ନିଯୁକ୍ତି ପାଇଥିବା ଆସିଷ୍ଟାଂଟ ପ୍ରୋଗ୍ରାମ ଅଫିସର (ଏପିଓ) ଆଲୋକ ପତିଙ୍କୁ ଗତ ୨୦ ତାରିଖରେ ଡ଼େରାବିଶ ବ୍ଲକ କୁ ବଦଳି କରାଯାଇଛି । ହେଲେ ଜିଏସଟି ଠକେଇ ନେଇ ଏ ପର୍ଯ୍ୟନ୍ତ ତଦନ୍ତ କରାଯାଇନାହିଁ ।
ସୂଚନାଯୋଗ୍ୟ କି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଏହି ବ୍ଲକ୍ ପାଇଁ ସ୍ୱିକୃତୀପ୍ରାପ୍ତ ଭେଣ୍ଡର ଗୋପାଳଜୀଉ ଏଜେନ୍ସି ଆଣ୍ଡ ସପ୍ଲାୟର୍ସ । ଏହି ବ୍ୟବସାୟ ପ୍ରତିଷ୍ଠାନ ଟି ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ମାଣ୍ଡÿିଆ ଗ୍ରାମରେ ଦର୍ଶାଯାଇଛି ଏବଂ ଏହାର ଖାତା ନଂ ୧୯୧ ଓ ପ୍ଲଟ ନଂ ୧୫୪୮ ଦର୍ଶାଯାଇଛି । ତେବେ ମାଣ୍ଡିଆ ଗ୍ରାମର ଏହି ଖାତା ନମ୍ବର ଓ ପ୍ଲଟ ନମ୍ବର ଟି ଚିତ୍ରୋପôଳା ନଦୀର ବାମ ପାଶ୍ୱର୍ ବାଲି ପଠା ଜମି । ଏହି ଜମି ଉପରେ କିମ୍ବା ମାଣ୍ଡିଆ ଗ୍ରାମରେ ଗୋପାଳଜୀଉ ଏଜେନ୍ସି ଆଣ୍ଡ ସପ୍ଲାୟର୍ସ ନାମରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ନଥିବା ଜଣାପଡ଼ିଛି । ଏହି ବ୍ୟବସାୟ ପ୍ରତିଷ୍ଠାନର ମାଲିକ ହେଉଛନ୍ତି ଅଭିଯୋଗ ପରେ ଗରଦପୁର ବ୍ଲକ୍ ରୁ ଏବେ ଡ଼େରାବିଶ ବ୍ଲକ୍ କୁ ବଦଳି ହୋଇଥିବା ଆସିଷ୍ଟାଂଟ ପ୍ରୋଗ୍ରାମ ଅଫିସର (ଏପିଓ) ଆଲୋକ ପତିଙ୍କ ପରିବାରର ଜଣେ ସଦସ୍ୟ । ଏହି ବ୍ୟବସାୟ ପ୍ରତିଷ୍ଠାନର ଜିଏସଟି ନମ୍ବର ଗତ ୨୦୨୧ ମାର୍ଚ୍ଚ ୨୫ ତାରିଖରେ ରେଜେଷ୍ଟ୍ରିଭୁକ୍ତ ହୋଇଥିବା ଜଣାପଡ଼ିଛି । ବ୍ଲକ୍ ର ବିଭିନ୍ନ ଗ୍ରାମରେ ଯେଉଁସବୁ ନରେଗା କାମ ହୋଇଛି , ସେହିସବୁ କାମରେ ବ୍ୟବହାର କରାଯାଇଥିବା ସମସ୍ତ ସାମଗ୍ରୀ ଏହି ବ୍ୟବସାୟ ପ୍ରତିଷ୍ଠାନରୁ କ୍ରୟ କରାଯାଇଥିବା ଭାଉଚର ରେ ଦର୍ଶାଯାଇ ବ୍ଲକ୍ ପ୍ରଶାସନ ପକ୍ଷରୁ ପେମେଂଟ ଦିଆଚାଲିଛି । ଏ ନେଇ ଅଭିଯୋଗ ହେବା ପରେ ମାତ୍ର ୬ମାସ ହେବ ଗରଦପୁର ବ୍ଲକ୍ କୁ ବଦଳି ହୋଇଆସିଥିବା ଆସିଷ୍ଟାଂଟ ପ୍ରୋଗ୍ରାମ ଅଫିସର (ଏପିଓ) ଶ୍ରୀ ପତିଙ୍କୁ ଗତ ୨୦ ତାରିଖରେ ଜିଲାପାଳ ଡ଼େରାବିଶ ବ୍ଲକ କୁ ବଦଳି କରିଛନ୍ତି । ହେଲେ ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନ କୁ ଗରଦପୁର ବ୍ଲକ୍ ପ୍ରଶାସନ ପ୍ରାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଂଟ କରିଛନ୍ତି । ସେହି ବ୍ୟବସାୟ ପ୍ରତିଷ୍ଠାନ କୁ ପେମେଂଟ କରାଯାଇଥିବା ଟଙ୍କା ର ଜିଏସଟି ଦାଖଲ ହୋଇଛି କି ନାହିଁ ତାହାର ତଦନ୍ତ ହୋଇନାହିଁ । ଏହାର ବିଦ୍ଧିବଦ୍ଧ ତଦନ୍ତ କରାଇବା ପାଇଁ ନିର୍ଦେଶ ଦେବାକୁ ଗରଦପୁର ବ୍ଲକ୍ ର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା ଓ ଗରଦପୁର ବ୍ଲକ୍ ର ବିଜେଡ଼ି ପୂର୍ବତନ ବ୍ଲକ୍ ସଭାପତି ଶୈଳେନ୍ଦ୍ର ମହାନ୍ତି ପ୍ରମୁଖ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର