କେନ୍ଦ୍ରାପଡ଼ା, ୨୮/୦୭/୨୦୨୧(ଓଡ଼ିଶା ସମାଚାର)- ବିିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ, ସର୍ବୋଦୟ ନେତ୍ରୀ ମା’ ରମାଦେବୀ ଓ ଉଷାଦେବୀ ମହିଳା ମହାବିଦ୍ୟାଳୟର ମୁଖ୍ୟ ପୃଷ୍ଠପୋଷକ ଉଷାଦେବୀଙ୍କ ଆବକ୍ଷ ପ୍ରତିମୂର୍ତି ଅଣ୍ଢରା ଉଷାଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ବୁଧବାର ଉନ୍ମୋଚିତ ହୋଇଯାଇଛି । ପ୍ରାକ୍ତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ବରି ବିଧାୟିକା ସୁନନ୍ଦା ଦାସ ଅତିଥି ଭାବେ ଯୋଗଦେଇ ମା’ ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମାଜସେବୀ ଡଃ. ଗଦାଧର ମଲ୍ଲିକଙ୍କ ପୌରହିତ୍ୟରେ ଓ ସାମ୍ବାଦିକ ଚିତ ରଞ୍ଜନ ମଲ୍ଲିିକଙ୍କ ସଂଯୋଜନାରେ ନାଗରିକ ସମ୍ବର୍ଦ୍ଧନା ସଭା ଅଗ୍ରଣୀ ଅନୁଷ୍ଠାନ ବ୍ରାହ୍ମଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ସମବାୟ ସମିତି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସାରସ୍ୱତ ସାଧକ ଇଂ ଜଳଧର ପ୍ରଧାନ, ପ୍ରତିଷ୍ଠାତା ଅଧ୍ୟକ୍ଷା ଡଃ. ଅନୁଜବାଳା ଦାସ, ସକୁନ୍ତଳା ରାଉତଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉଷାଦେବୀ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ସମାଜସେବୀ ବସନ୍ତ କୁମାର ମଳିକ, ଡଃ. ଚକ୍ରଧର ଦାସ, ଅଶୋକ କୁମାର ମଲ୍ଲିିକ,ବିଦାୟୀ ଅଧ୍ୟକ୍ଷା ଦ୍ୱୟଙ୍କ ମହାବିଦ୍ୟାଳୟ ପ୍ରତିଷ୍ଠା ସମୟର ସହଯୋଗ, ତ୍ୟାଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ଶିକ୍ଷକ ନେତା (ବରୀ) ବୃନ୍ଦାବନ ସାମଲ, ପ୍ରଫେସର ନିର୍ମଳ ଚନ୍ଦ୍ର ବିଶ୍ୱାଳ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା, ସଲିଳା ବାରିକ, ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଡଃ. ଭାଗ୍ୟଧର ସାହୁ, ସମାଜସେବୀ ବିଶ୍ୱନାଥ ଧଳ, ପ୍ରଫେସର ବୈଷ୍ଣବ ସିଂ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପିନାଥ ତ୍ରିପାଠୀ, ଉଷାଦେବୀ ମହିଳା ମହାବିଦ୍ୟାଳୟର ପୃଷ୍ଠପୋଷକ ଅଜୟ ସାହୁ, ଜିଲ୍ଲା ବିଜେଡି ଶ୍ରମିକ ସେଲ ସଭାପତି ଦୂର୍ଗାଶିଷ ମହାନ୍ତି, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ସମାଜସେବୀ ଶମ୍ଭୁନାଥ ସେଠୀ , ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଅଣ୍ଢରା ସରପଂଚ ଅନ୍ନପୂର୍ଣ୍ଣା ମଲ୍ଲିକ, ରାଜ୍ୟ ପ୍ରତିଭା ପୂଜା ସାହିତ୍ୟ ସଂସଦ ସଭାପତି ଗୁନଚରଣ ନାୟକ , ଅଣ୍ଢରା ସମିତିସଭ୍ୟାଙ୍କ ପ୍ରତିନିଧି ନିରଞ୍ଜନ ମଲ୍ଲିକ, ଶ୍ରୀକାନ୍ତ ସାହୁ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ପ୍ରାକ୍ତନ ସରପଂଚ ସଞ୍ଜୟ ମଲ୍ଲିକ, ଅଣ୍ଢରା ସମବାୟ ସମିତି ପ୍ରାକ୍ତନ ସଭାପତି ବୃନ୍ଦାବନ ମଲ୍ଲିକ, ପ୍ରାକ୍ତନ ସମିତି ସଭ୍ୟ ହୃଷିକେଶ ରାଉତ, ସରପଂଚ ପ୍ରିୟଦର୍ଶିନୀ ତରାଇ, ନିରଞ୍ଜନ ବାରିକ, ଗଗନ ମହାଲିକ, ଶ୍ରୀବତ୍ସ ସେଠୀ, ପ୍ରିୟରଞ୍ଜନ ଦାସ, ସମିତି ସଭ୍ୟା ମନୋରମା ଭୂୟାଁ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉଷାଦେବୀ ମହିଳା ମହାବିଦ୍ୟାଳୟରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଅଧ୍ୟକ୍ଷା ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିଥିବା ବିଦାୟ ଅଧ୍ୟକ୍ଷା ଶ୍ରୀମତୀ ରାଉତଙ୍କ ଉଦ୍ଦେଶ୍ୟରେ “ଶ୍ରଦ୍ଧେୟା ଶକୁନ୍ତଳା” ପତ୍ରିକାକୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ଓ ସମ୍ମାନୀତ ଅତିଥି ଶ୍ରୀମତୀ ଦାସ ଉନ୍ମୋଚନ କରିଥିଲେ । ଶେଷରେ ଅମୃତମଣୋହି ସରପଂଚ କୂଳମଣି ମଳିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର