Tuesday , September 28 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡାରେ ଖୋଲିଲା ବିଦ୍ୟାଳୟ

କେନ୍ଦ୍ରାପଡାରେ ଖୋଲିଲା ବିଦ୍ୟାଳୟ

କେନ୍ଦ୍ରାପଡ଼ା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ସୋମବାର ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ଖୋଳିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶ ଅନୁଯାଇ ଦଶମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡିକ ଖୋଲିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ପୌରାଂଚଳ, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ଜିଲ୍ଲା ପ୍ରଶାସନ ଦ୍ୱାରା ୧୪୪ଧାରା ଜାରି ହୋଇଥିବାରୁ ସେହି ଅଂଚଳକୁ ଛାଡି ଅନ୍ୟ ସବୁଠାରେ ବିଦ୍ୟାଳୟ ଗୁଡିକ ଖୋଲିଛି । ସେହିସବୁ ବିଦ୍ୟାଳୟ ପରିସରକୁ ସଫାସୁତୁରା କରାଯିବା ସହିତ ବିଶୋଧନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ କହିଛନ୍ତି । ଗତ ୨୦୨୦ମସିହା ମାର୍ଚ୍ଚମାସ ଠାରୁ କୋଭିଡ -୧୯ ଯୋଗୁଁ ବନ୍ଦ ଥିବା ବିଦ୍ୟାଳୟ ଗୁଡିକ ୨୦୨୧ ମସିହା ଜାନୁଆରୀ ୮ତାରିଖରେ ଖୋଲିଥିଲା । ପୁନର୍ବାର ୨୦୨୧ମସିହା ମାର୍ଚ୍ଚ ମାସରେ ବିଦ୍ୟାଳୟଗୁଡିକ ବନ୍ଦ ହୋଇଯାଇଥିଲା । ଏବେ ବିଦ୍ୟାଳୟ ଗୁଡିକ ଖୋଲିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲଖିତ ହୋଇଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଆଜି ଉତ୍ସାହର ସହିତ ବିଦ୍ୟାଳୟକୁ ଆସିଥିଲେ । କୋଭିଡ ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଯାଇଥିବାରୁ ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସି ନପାରି ଘରେ ରହି ପାଠପଢିବାକୁ ବାଧ୍ୟ ହୋଇଥିଲେ ଛାତ୍ରଛାତ୍ରୀମାନେ । ଅବଶ୍ୟ କିଛିଦିନ ଧରି ଅନଲାଇନରେ ଶିକ୍ଷକ, ଶିକ୍ଷୟତ୍ରୀମାନେ ପାଠ ପଢାଇଥିଲେ । କିନ୍ତୁ ନେଟ ସମସ୍ୟା ଯୋଗୁଁ ସବୁସ୍ଥାନରେ ଛାତ୍ରଛାତ୍ରୀମାନେ ଅନଲାଇନ ଯୋଗେ ପାଠପଢିବା ସମ୍ଭବପର ହୋଇନଥିଲା । ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀମାନେ ସତର୍କତାର ସହିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଥିଲେ । କୋଭିଡ ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ଏବେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସତର୍କତାର ସହିତ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ସେହିପରି ଜିଲ୍ଲାରେ କେନ୍ଦ୍ରାପଡା ପୌରାଂଚଳ ବ୍ୟତିତ ଅନ୍ୟ ସବୁଠାରେ +୨ କନିଷ୍ଠ ମହାବିଦ୍ୟାଳୟ ଗୁଡିକ ଖୋଲିଥିବା ଦେଖିବାକୁ ମିଳିଛି । ସେସବୁ କନିଷ୍ଠ ମହାବିଦ୍ୟାଳୟ ଗୁଡିକରେ ବହୁ ସତର୍କତାର ସହ ଅଧ୍ୟାପକ, ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଆରମ୍ଭ କରିଛନ୍ତି । ନିକିରାଇ ସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରା ବିଦ୍ୟାଳୟ ମୁଖ୍ୟ ଗେଟ ନିକଟରେ ତୁରୀ ବଜାଇ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିବା ବେଳେ ଦୁତିଆଳ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ପଣ୍ଡିତ ପ୍ରତାପ କୁମାର ପତି ବେଦପାଠ କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମଠକରଗୋଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ – ୬୫ ୟୁନିଟ ରକ୍ତ ସଂଗ୍ରହ

ଭୁବନ,୨୫/୦୯/୨୦୨୧(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟସେବ ।ଯୋଜନା,ୟୁଥ ରେଡକ୍ରସ,ବଏଜ ସ୍କାଉଟ ଗାଇଡ ତଥା ଆଭ୍ୟନ୍ତରୀଣ ଗୁଣବତା …

Leave a Reply

Your email address will not be published. Required fields are marked *