ଭୁବନେଶ୍ୱର,୨୭/୦୭/୨୦୨୧(ଓଡ଼ିଶା ସମାଚାର)- ଦକ୍ଷିଣ ଓଡ଼ିଶାର ଯୁବ କବି, ସାହିତି୍ୟକା ତଥା ସମାଜସେବୀକା ସସ୍ମିତା ମହାପାତ୍ର ଓ ସାରସ୍ୱତ ସାଧକ ବୋଉ ପତ୍ରିକାର ସଂପାଦକ, ସଂଗଠକ, ସାମ୍ବାଦିକ ସଂଜୟ କୁମାର ଚୌଧୁରୀଙ୍କୁ ଶହୀଦ ରଘୁନାଥ ସ୍ମୃତି ସମ୍ମାନ ୨୦୨୧ ରେ ସମ୍ମାନିତ କରାଯାଇଛି । ସୂଚନାଯୋଗ୍ୟ ଯେ, ସସ୍ମିତାଙ୍କୁ ସାହିତ୍ୟ ସାଧନା ପାଇଁ ଓ ସଂଜୟଙ୍କୁ କବିତା ଓ ସଂପାଦନା ପାଇଁ ଉକ୍ତ ସମ୍ମାନ ଶହୀଦ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ା ଏହା ପ୍ରଦାନ କରିଛନ୍ତି । ଉଭୟ ବ୍ୟକ୍ତିତ୍ୱମାନେ ନିଜ ନିଜ କ୍ଷେତ୍ରରେ ବେଶ୍ ପାରଦର୍ଶିତା ଲାଭ କରିବା ସହିତ ସମାଜସେବାରେ ଦୀର୍ଘବର୍ଷ ହେଲା ଜଡ଼ିତ ଅଛନ୍ତି । ଓଡ଼ିଶା ସମାଚାର