Friday , September 29 2023
Breaking News
Home / ବିଶେଷ / ଭୂମିହୀନ ପରିବାରକୁ ଅନ୍ତଦୋୟକାର୍ଡ ଯୋଗାଇଦେବାକୁ ନିବେଦନ

ଭୂମିହୀନ ପରିବାରକୁ ଅନ୍ତଦୋୟକାର୍ଡ ଯୋଗାଇଦେବାକୁ ନିବେଦନ

କେନ୍ଦ୍ରାପଡ଼ା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)-ଭୂମିହୀନ ପରିବାରକୁ ସରକାରଙ୍କ ଅନ୍ତଦୋୟକାର୍ଡ ଯୋଜନାରେ ଏକ କାର୍ଡ ଯୋଗାଇଦେବାକୁ ସଂପୃକ୍ତ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୯ନମ୍ବର ୱାର୍ଡର ସାନ୍ତସାହି ଗ୍ରାମର ବିକାଶ କୁମାର ଖୁଂଟିଆଙ୍କ ପତ୍ନୀ କୁନି ସାହୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ତାଙ୍କୁ ଏକ ଅନ୍ତଦୋୟକାର୍ଡ ଯୋଗାଇଦେବାକୁ ନିବେଦନ କରିଛନ୍ତି । କୁନିଙ୍କ ପରିବାରଟି ଏକ ଗରିବ ଭୂମିହୀନ ପରିବାର ହୋଇଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଦିନମଜୁରିଆ ଅଟନ୍ତି । ତାଙ୍କର ଏକ ୧୪ମାସର ଝିଅଟି ରହିଛି । ତାଙ୍କର ପୂର୍ବରୁ ଏକ ରାସନକାର୍ଡ ରହିଥିବା ବେଳେ ତାଙ୍କୁ ଏବେ ଗୋଟିଏ ଅନ୍ତଦୋୟକାର୍ଡ ଯୋଗାଇ ଦିଆଯିବାକୁ ସେ ପରିବାର ସହିତ ଉପଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *