ତାରପୁର, ୨୭/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ରଘୁନାଥପୁର ବ୍ଲକ୍ ର ଜଗନ୍ନାଥପୁର ବଜାରର ମଦନ ମୋହନ ମଠ ସମ୍ମୁଖରେ ତିର୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା କରାଯାଇଥିଲା । ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତିକୁ ଉତ୍କଳ ମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତି ନିକଟରେ ସ୍ଥାପନକୁ ନେଇ କଂଗ୍ରେସ୍ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପ୍ରତିମୂର୍ତିକୁ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁମତି ମିଳିନାହିଁ । ଏହି ପ୍ରତିମୂର୍ତି କିଏ ନିର୍ମାଣ କରିଛନ୍ତି, ଏହି ପ୍ରତିମୂର୍ତି ନିର୍ମାଣରେ ହୋଇଥିବା ଖର୍ଚ୍ଚ କିଏ କରିଛନ୍ତି ଏବଂ ଉତ୍କଳମଣିଙ୍କୁ କରାଇଥିବା ଅସମ୍ମାନ ପାଇଁ ଦାୟୀ କିଏ ? ଏହାର ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସ୍ ଦଳ ତରଫରୁ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି କଂଗ୍ରେସ୍ ନେତା ଶ୍ରୀ ମଲ୍ଲିକ୍ ଚେତାବନୀ ଦେଇଛନ୍ତି । ଏଥିରେ ରଘୁନାଥପୁର ବ୍ଲକ୍ କଂଗ୍ରେସ୍ ସଭାପତି ପ୍ରଶାନ୍ତ କୁମାର ଦାସ, ଜିଲ୍ଲା କଂଗ୍ରେସ୍ ଉପସଭାପତି ସର୍ବେଶ୍ୱର ପଣ୍ଡା, ତିର୍ତୋଲ ବ୍ଲକ୍ କଂଗ୍ରେସ୍ ସଭାପତି ନିହାର ରଞ୍ଜନ ନାୟକ, ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ୍ ସଭାପତି ଦେବଦୁ୍ୟତି ପୃଷ୍ଟି, ତିର୍ତୋଲ ବ୍ଲକ୍ କଂଗ୍ରେସ୍ କମିଟିର ଉପସଭାପତି ଅଶ୍ୱନୀ କୁମାର ସ୍ୱାଇଁ, ରଘୁନାଥପୁର ବ୍ଲକ୍ କଂଗ୍ରେସ୍ କମିଟିର ଉପସଭାପତି ଆର୍ତତ୍ରାଣ ପଣ୍ଡା, ସଂଗ୍ରାମୀ ନେତା ଦେବୀ ପ୍ରସାଦ ମହାରଣା, ବ୍ଲକ୍ କଂଗ୍ରେସ ସମ୍ପାଦକ ବିଜୟ କୁମାର ସ୍ୱାଇଁ, ବିଭୂରଞ୍ଜନ ସ୍ୱାଇଁ, ସାଇପ୍ରଭଞ୍ଜନ ମହାପାତ୍ର, ତ୍ରିଲୋଚନ ରାଉତ, କାଳନ୍ଦି ମହାନ୍ତି, ପ୍ରତୁ୍ୟଷ ପରିଜା, ରଘୁନାଥ ମହାନ୍ତି, ରବିନ୍ଦ୍ର ମଲ୍ଲିକ୍, ପ୍ରଭାସ ପଣ୍ଡା, ଚଗଲା ମହାପାତ୍ର, ବଳରାମ ସାହୁ ପ୍ରମୁଖ ଏହି ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଓଡ଼ିଶା ସମାଚାର
