Tuesday , May 30 2023
Breaking News
Home / ବିଶେଷ / ବଳରାମ ସୁଆରଙ୍କ ବାଡିରେ ଦୁଷ୍ପାପ୍ର୍ୟ ପାରିଜାତ ପୁଷ୍ପ

ବଳରାମ ସୁଆରଙ୍କ ବାଡିରେ ଦୁଷ୍ପାପ୍ର୍ୟ ପାରିଜାତ ପୁଷ୍ପ

କେନ୍ଦ୍ରାପଡ଼ା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସେବାୟତ ତଥା ବଳଦେବଜୀଉ ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟ ବଳରାମ ସୁଆରଙ୍କ ବଡମଙ୍ଗଳାସ୍ଥିତ ବାସଭବନ ପରିସରରେ ଥିବା ବାଡିରେ ଏକ ଦୁଷ୍ପାପ୍ର୍ୟ ଓ ଦୁର୍ମୁଲ୍ୟ ପାରିଜାତ ପୁଷ୍ପ ଫୁଟିଛି  । ସେହି ଫୁଲଟିକୁ ବାଡିରୁ ତୋଳାଯାଇ ଆଜି ସନ୍ଧ୍ୟାରେ ଶ୍ରୀଜୀଉଙ୍କ ମନ୍ଦିରକୁ ପଠାଯାଇଛି । ସେହି ଦୁଷ୍ପ୍ରାପ୍ୟ ପାରିଜାତ ପୁଷ୍ପଟି ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ ବୋଲି ଶ୍ରୀ ସୁଆର କହିଛନ୍ତି ।ଓଡ଼ିଶା ସମାଚାର

Leave a Reply

Your email address will not be published.