Saturday , December 10 2022
Home / କୃଷି / ପୁଣି ବଦଳିଲେ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ପ୍ରଶାସକ

ପୁଣି ବଦଳିଲେ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭର ପ୍ରଶାସକ

କେନ୍ଦ୍ରାପଡ଼ା,୨୭/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟର ପ୍ରଶାସକ ଭାବେ କଟକ ଡିଭିଜନ-୨ର ସମବାୟ ସମିତି ସମୁହର ଉପ ନିବନ୍ଧକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଓଡିଶା ସମବାୟ ସମିତି ସମୁହର ନିବନ୍ଧକ ସୁଶାନ୍ତ କୁମାର ବାରିକ ଓଡିଶା ସମବାୟ ସମିତିର ଆଇନ ୧୯୬୩ ର ଧାରା ୨ ଅନୁଯାଇ ଏହି ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ଏହି ସୋସାଇଟିର ପ୍ରଶାସକ ଥିବା ଯୁଗ୍ମ ନିବନ୍ଧକ(ଟି ଆଣ୍ଡ ପି)ଙ୍କ ସ୍ଥାନରେ କଟକ ଡିଭିଜନ – ୨ର ଉପ ନିବନ୍ଧକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । କେସିସିର ନୂତନ ପରିଚାଳନା ସମିତି ନିର୍ବାଚିତ ହେବା ପର୍ଯ୍ୟନ୍ତ ଉପ ନିବନ୍ଧକ ସୋସାଇଟିର ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ନିବନ୍ଧକ ଶ୍ରୀ ବାରିକ ତାଙ୍କ ୧୦୯୨୧/ ୨୩.୦୭.୨୦୨୧ନମ୍ବର ନିର୍ଦେଶାନାମା ଜାରି କରିଛନ୍ତି । ଚଳିତ ମାର୍ଚ୍ଚମାସ ୨୧ତାରିଖରେ ସମବାୟ ସମିତି ସମୁହର ଯୁଗ୍ମ ନିବନ୍ଧକ(ଟି ଆଣ୍ଡ ପି)ଙ୍କୁ ଓଡିଶା ସମବାୟ ସମିତିର ନିବନ୍ଧକ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟିର ପ୍ରଶାସକ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ କେସିସିର ୩ଜଣ ପୂର୍ବତନ କର୍ମଚାରୀ ସେମାନଙ୍କ ସମସ୍ୟା ସମ୍ପର୍କରେ କେସିସିର ପ୍ରଶାସକଙ୍କୁ ଅଭିଯୋଗ ସମ୍ପର୍କରେ ଜଣାଇବାକୁ ଭୁବନେଶ୍ୱରସ୍ଥିତ ସମବାୟ ସମିତି ସମୁହର ଯୁଗ୍ମ ନିବନ୍ଧକ(ଟି ଆଣ୍ଡ ପି)ଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଚଳିତମାସ ୧୯ତାରିଖରେ ସେଠାରେ କେସିସିର ଅତିରିକ୍ତ ସମ୍ପାଦକ ଓ ସହକାରୀ ଆଇନ ଅଧିକାରୀ ଧମକ ଦେବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେହି ଘଟଣାକୁ ନେଇ ଅଭିଯୋଗକାରୀମାନେ ସମବାୟ ସମିତି ସମୁହର ନିବନ୍ଧକଙ୍କୁ ଲିଖିତ ଭାବେ ଜଣାଇବା ସହିତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.