Saturday , December 10 2022
Home / ରାଜନୀତି / ଏ.ଆଇ.ସି.ସି. ସଭ୍ୟ ହଳଧର ସେଠୀଙ୍କ ୨ଦଳିତ ମାମଲା ନେଇ କେନ୍ଦ୍ରାପଡା ଏସଡିପିଓଙ୍କ ସହ ଆଲୋଚନା

ଏ.ଆଇ.ସି.ସି. ସଭ୍ୟ ହଳଧର ସେଠୀଙ୍କ ୨ଦଳିତ ମାମଲା ନେଇ କେନ୍ଦ୍ରାପଡା ଏସଡିପିଓଙ୍କ ସହ ଆଲୋଚନା

କେନ୍ଦ୍ରାପଡ଼ା, ୨୭/୦୭/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ତଥା ରାଜ୍ୟ ଅନୁସୂଚିତ ଜାତି ଜନଜାତି ପରିଷଦର ସଭାପତି ହଳଧର ସେଠୀ କେନ୍ଦ୍ରାପଡା ଉପ ଆରକ୍ଷୀ ଅଧିକ୍ଷକ(ଏସ.ଡି.ପି.ଓ.) ରାଜୀବଲୋଚନ ପଣ୍ଡାଙ୍କୁ ଭେଟି ଖଇରାବାଦର ଜନୈକ ଦମ୍ପତୀ କେତେକ ଦଳିତ ଯୁବକଙ୍କ ଠାରୁ ଚାକିରୀ କରାଇଦେବାକୁ କହି ଅର୍ଥ ଠକି ନେଇଥିବା ମାମଲା ଓ ମରଡପୁର ଗ୍ରାମର ଦଳିତ ଯୁବକଙ୍କୁ ହତ୍ୟା ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଖଇରାବାଦ ଅର୍ଥ ଠକେଇ ମାମଲାରେ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଦଫା ଲଗାଯାଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦଳିତ ଯୁବକମାନଙ୍କ ଅର୍ଥ ସେମାନଙ୍କୁ ଫେରସ୍ତ ପାଇଁ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଓ ମରଡପୁର ଦଳିତ ଯୁବକ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ତୁରନ୍ତ ଗିରଫ କରାଯିବାକୁ ଏସଡିପିଓ ଶ୍ରୀ ପଣ୍ଡାଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.