ନିରାକାରପୁର, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଓଳସିଂହ ପଂଚାୟତ ଡ଼ମଣଭୂମି ଗ୍ରାମରେ ରବିବାର ଅପରାହ୍ନର ଆକସ୍ମିକ ବଜ୍ରପାତ ଘଟି ଦୁଇଜଣ ଚାଷୀଙ୍କ ଅକାଳ ବିୟୋଗ ଘଟିଛି । ସୂଚନାଯୋଗ୍ୟ କି ଡ଼ମଣଭୂମି ଛୋଟରାସାହିର ଚାଷୀ ବଂଶୀଧର ଦଳେଇ (୫୬) ଓ ଡ଼ମଣଭୂମିର ପ୍ରଦୀପ କୁମାର ଭୋଳ ( ୪୫) ରବିବାର ୩ଟାବେଳେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବାବେଳେ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହା ଦେଖି ଉଭୟ ଚାଷ ଜମିରୁ ବାହାରି ନିକଟସ୍ଥ ଗ୍ରାମେଶ୍ୱର ମନ୍ଦିର ମଣ୍ଡପରେ ବସିଥିଲେ । ହଠାତ ସାଢେ୪ଟାବେଳେ ବଜ୍ରପାତ ଘଟି ଦୁଇଜଣ ବେହୋସ ହୋଇ ପଡ଼ିଥିଲେ । ଖବର ପାଇ ପରିବାର ଲୋକେ ଆସି ଗୁରୁତର ଅବସ୍ଥାରେ ସେମାନଙ୍କୁ ଖୋର୍ଦ୍ଧା ହସପିଟାଲ ନେଇଥିବାବେଳେ କିନ୍ତୁ ସେଠାରେ ଉଭୟ ଚାଷୀଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
ଉଭୟଙ୍କ ମୃତ୍ୟୁ ଖବର ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର