ନିଶ୍ଚିନ୍ତକୋଇଲି, ୨୬/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ଆଜିହେଉଛି କାର୍ଗିଲ ବିଜୟ ଦିବସ ।ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଗିଲ ବିଜୟ ଦିବସ କୋଭିଡ କଟକଣା ମଧ୍ୟରେ କଳମିଶ୍ରୀ ଗ୍ରାମପଂଚାୟତ ଅନ୍ତର୍ଗତ ଦାମୋଦରପୁର ପଂଚାୟତ କଳାପରିଷଦ ପରିସରରେ ସଂଘ ର ସଭାପତି ବରିଷ୍ଠ ସାମ୍ବାଦିକ ଅଭୟ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ସାଲେପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ମାଝୀ ଯୋଗଦେଇ ସହିଦ ଗୋପୀନାଥ ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଏହି ସଭାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଏସୟୁଯେ ର କଟକ ଜିଲ୍ଲା ସଭାପତି ଅଖିଳେଶ ପଦ ମହାନ୍ତି ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ପଂଚାୟତ କଳାପରିଷଦ ର ସଭାପତି ପ୍ରମୋଦ ନାୟକ
ଯୋଗଦେଇ ସହିଦ ଗୋପୀନାଥ ଙ୍କ ଦେଶମାତୃକା ପାଇଁ ବଳିଦାନ ଓ ତାଙ୍କ ର ବହୁମୁଖୀ ତ୍ୟାଗ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସଵ ରେ ସହିଦ ଗୋପୀନାଥଙ୍କ ମା ଝୁମୁରି ମହାରଣା ଙ୍କୁ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ସଂଘ ର ଉପଦେଷ୍ଟା ରତ୍ନାକର ବାରିକ, ସାମ୍ବାଦିକ ସାଜିଦ ଅଲ୍ଲୀ, କ୍ଷାମିନିଧି ପୁଝାରି, ଇଜାଜ ଖାଁ, ସଂଘ ର ସମ୍ପାଦକ ମହେଶ୍ୱର ବେହେରା, ପଂଚାୟତ କଳାପରିଷଦ ସମ୍ପାଦକ ବିଶ୍ୱଜିତ ପରିଡା ଯୋଗଦେଇଥିବା ବେଳେ ସାଲେପୁର ନିରପେକ୍ଷ ସାମ୍ବାଦିକ ସଂଘ ର ବହୁ କାର୍ଯ୍ୟକର୍ତାଓ ସଦସ୍ୟ ଯୋଗଦେଇଥିଲେ। ଏହି ଉତ୍ସଵ ରେ
କଳାପରିଷଦର ସଭାପତି ପ୍ରମୋଦ ନାୟକ, ସମ୍ପାଦକ ବିଶ୍ୱଜିତ ପରିଡା ଓ କୋଷାଧ୍ୟକ୍ଷ କାଳନ୍ଦୀସାହୁ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା. । ସଭାରେ ଅନ୍ୟ ମାନଙ୍କମଧ୍ୟରେ, ପ୍ରାକ୍ତନ ସରପଞ୍ଚ ବିଶ୍ୱ ଭୁଷଣ ନାୟକ, ସୁଭାଶିଷ ବସନ୍ତ ରାୟ, ବିନୟ ଦାଶ, ତୁଷାର ଜ୍ୟୋତି ନାୟକ, ସ୍ବଦେଶ ଜେନା, ତାପସ ଦାଶ,ଅକ୍ଷୟ କୁମାର ଦାଶ,ପତିତପାବନ ରାଉତ, ରଞ୍ଜନ ଦାସ ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷରେ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା ସମାଚାର