Home / ବିଶେଷ / ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ପୋଲିସ ଡିଜିଙ୍କୁ ଫେରାଦ
ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ପୋଲିସ ଡିଜିଙ୍କୁ ଫେରାଦ
କଟକ ୨୬/୦୭/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ )- ଦିନ କୁ ଦିନ ସାରା ରାଜ୍ୟରେ ସାମ୍ବାଦିକ ଙ୍କ ପାଇଁ ପୋଲିସ ପ୍ରଶାସନ ସାଜିଛି ବା ବଇରୀ । ବହୁ ସମୟରେ କର୍ତବ୍ୟରତ ସାମ୍ବାଦିକ କିଛି ଅସାମାଜିକ ପୋଲିସ କର୍ମଚାରୀ ଙ୍କ ଆକ୍ରୋଶ ର ଶିକାର ହେଉଛି । ଯାହା କେନ୍ଦ୍ରାପଡା ର ଘଟଣା ଏକ ସଦ୍ୟ ଉଦାହରଣ । ସେଥିପାଇଁ ଆଜି କଟକ ସ୍ଥିତ ଓଡିଶା ପୋଲିସ ମୁଖ୍ୟାଳୟରେ ମାନ୍ୟବର ଡିଜିଙ୍କ ଉଦେଶ୍ୟ ରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦିନକୁ ଦିନ ସଂବିଧାନରେ ଚତୁର୍ଥସ୍ତମ୍ବ ପ୍ରତି ପୋଲିସ ପ୍ରଶାସନ ର ଜୁଲମ ବଢି ବଢି ଚାଲିଛି । ଯାହାର ଦୁଇଟି ଘଟଣା ସାମ୍ବାଦିକ ଙ୍କ ସୁରକ୍ଷା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି । ଗତ ୧୭ତାରିଖରେ,ଜଣେ କାର୍ୟ୍ୟରତ ସାମ୍ବାଦିକ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ଥିବାବେଳେ କଟକ ନୂଆବଜାର ଅଂଚଳରେ ପୋଲିସ ଆକ୍ରୋଶ ର ଶିକାର ହୋଇଥିଲେ । ଉକ୍ତ ଆଗଧାଡ଼ିର ସାମ୍ବାଦିକ ଙ୍କୁ ଜଣେ ଆଇଆରବି କନେଷ୍ଟବଳ ଦୁର୍ବ୍ୟବହାର କରିବା ସହ ମାରିବା ପାଇଁ ହାତ ଉଠାଇଥିଲେ । ଯାହା କୁ ନେଇ କଟକ ସିଟି ସାମ୍ବାଦିକ ସଂଘ ଚାଉଳିଆଗଞ୍ଜ ପୋଲିସ ଷ୍ଟେସନରେ ଏତେଲା କରିଥିଲେ ଏବଂ ମାନ୍ୟବର ଡିସିପି ଶ୍ରୀ ପ୍ରତୀକ ସିଂ ଙ୍କୁ ମଧ୍ୟ ଅବଗତ କରାଇ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ଅସାମାଜିକ କନେଷ୍ଟବଳ ଙ୍କ ପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରି କେବେଳ ସ୍ଥାନାନ୍ତରିତ କରାଗଲା । ଯାହା ଏକ ସାମ୍ବାଦିକ ଙ୍କର ମନୋବଳକୁ କୁଠାରାଘାତ କରାଗଲା ।
ଏହାର କିଛିଦିନ ପରେ କେନ୍ଦ୍ରାପଡା ର ଜଣେ ଲେଡି କନେଷ୍ଟବଳ, ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କୁ ବିଚ ରାସ୍ତାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ଘଟଣା ,ସାରା ଓଡିଶା ସାମ୍ବାଦିକ ସଂଘ ପ୍ରତି ଏକ ଶକ୍ତଚାପୁଡା ପରି ପରିଲିଖିତ ହେଲା । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଲା । ଯେମିତି ଲାଗିଲା ଉକ୍ତ ଲେଡି କନେଷ୍ଟବଳ ଙ୍କୁ ଏସପି ଓ କଲେକ୍ଟର ମହାଶୟଙ୍କର ଭୟ ଅଛି । ଏ ସବୁ ବିବାଦୀୟ ଘଟଣାକୁ ନେଇ ଆଜି କଟକ ଜିଲ୍ଲା ସାମ୍ବାଦିକ ସଂଘ ପୋଲିସ ପ୍ରଶାସନ ର ଏଭଳି ନକରାତ୍ମକ ମନବୃତି କୁ ନେଇ,ଓଡିଶା ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଭେଟି, ସାମ୍ବାଦିକ ଙ୍କ ପ୍ରତି ଏଭଳି କୁତ୍ସିତ ଅପରାଧ କରୁଥିବା ପୋଲିସର କିଛି ଖାମଖିଆଲି କର୍ମଚାରୀ ଙ୍କ ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିବା ସହ ଉକ୍ତ ଲେଡି କନେଷ୍ଟବଳ ଙ୍କୁ ଚାକିରିରୁ ବହିସ୍କୃତ କରିବା ସହ ଉକ୍ତ ସାମ୍ବାଦିକଙ୍କୁ ଭୁଲ ମାଗିବା ସହ ଏଭଳି କୁତ୍ସିତ ଅଘଟଣକୁ ଏଡ଼ାଇବା ପାଇଁ ଦାବି କରାଯାଇଛି । ଏହି ଘଟଣାରେ ରାଜ୍ୟ ୱେବମିଡ଼ିଆ ସଂଘ ମଧ୍ୟ ଏକାଠି ହୋଇ ,ଅନ୍ୟ ଏକ ଦାବିପତ୍ର ଡିଜି ମହାଶୟ ଙ୍କୁ ପ୍ରଦାନ କରିବା ସହ ଏହାର ଉଚିତ ତଦନ୍ତ କରାଯାଇ ଦୋଷୀ କୁ ଉଚିତ ଦଣ୍ଡବିଧାନ କରିବା ଲାଗି ଦାବି ହୋଇଛି । ଓଡ଼ିଶା ସମାଚାର
Related