ରାଜଗାଙ୍ଗପୁର ୨୬/୦୭/୨୦୨୧ (ଓଡିଶା ସମାଚାର/ଦେବବ୍ରତ ମିତ୍ର)- ରାଜଗାଙ୍ଗପୁର ପୌର ପାଳିକା ଅଧୀନସ୍ଥ ବାରୁପଡା ର ସମସ୍ୟା ପ୍ରତି ପøରପାଳିକା ଦୃଷ୍ଟି ଦେଉନଥିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧା ର ସମୁଖିନ ହେଉଛନ୍ତି । ସାମାନ୍ୟ ବର୍ଷା ହେଲେ ମଇଲା ପାଣି ସେମାନଙ୍କ ଘରକୁ ପସି ଯାଉଛି । ଉକ୍ତ
ରାସ୍ତାରେ ଲଗାଯାଇଥିବା ଲାଇଟ ମଧ୍ୟ ବହୁ ଦିନରୁ ଜଳୁ ନଥିବାରୁ ସେଠାରେ ଅସାମାଜିକ କାର୍ୟ୍ୟକଲାପ ଦିନକୁ ଦିନ ବୃଦ୍ଧି ପାଉଛି । ସେମାନେ ସରକାର ଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଲୁନଥିବାରୁ ଦୁଖଃ ପ୍ରକାଶ କରିଛନ୍ତି ।ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର