ଜୁନାଗଡ଼, ୨୬/୦୭/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦିନିକିଆ ଗସ୍ତ କରି ବିଭିନ୍ନ ସମୀକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲୁଓଡିସି ) ର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ । ଜୁନାଗଡ଼ ତଳ ଜାରିଙ୍ଗ ଛକ ଠାରେ ଥିବା ଛେଳି ପ୍ରଜଜନ କେନ୍ଦ୍ର, ଜୁନାଗଡ଼ ସହର ବିଜୁପଟ୍ଟନାୟକ ଷ୍ଟାଡିୟମ, ଜୁନାଗଡ଼ ନୂତନ କୋଭିଡ ଡାକ୍ତର ଖାନା, ବସଷ୍ଟାଣ୍ଡ, ନେତ୍ର ଚିକିତ୍ସାଳୟ ଜୁନାଗଡ଼ ବ୍ଲକ କାର୍ୟ୍ୟାଳୟ ଭବିଷ୍ୟତ ଉନ୍ନତି କରଣ ଆଦି ଉପରେ ସମୀକ୍ଷା କରିଥିଲେ । ଏହା ପରେ ଛୋରିଆଗଡ଼ ଗ୍ରାମକୁ ଯାଇ ସେଠାରେ ଥିବା କଲେଶ୍ୱର ମନ୍ଦିର ଓ ରାମସାଗର ବୁଲି ଦେଖିବା ସହ କିପରି ଉନ୍ନତି କରଣ କରାଯିବ ସେ ନେଇ ସମୀକ୍ଷା କରିଥିଲେ ।
ତାଙ୍କର ଏହି ଗସ୍ତ ବେଳେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ପିଡ଼ି ଡିଆରଡିଏ ସୋମେଶ କୁମାର ଉପାଧ୍ୟାୟ, ଧର୍ମଗଡ଼ ଉପଜିଲ୍ଲାପାଳ ପାୱେର ସଚିନ ପ୍ରକାଶ, ଜୁନାଗଡ଼ ବିଡିଓ ତୁଲାରାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର