ଗରଦପୁର, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଥିବା ୧୫ ଟି ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ସଂସ୍କୃତ ଟୋଲ ଆଜି ଖୋଲିଛି । ବିଦ୍ୟାଳୟକୁ ଆଗ୍ରହର ସହ ପିଲମାନେ ମଧ୍ୟ ପାଠ ପଢ଼ିବାକୁ ଆସିଛନ୍ତି । ପାଟକୁରା ନୋଡ଼ାଲ ସରକାରୀ ହାଇସ୍କୁଲ ର ଗେଟ ସମ୍ମୁଖରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଆକର୍ଷିତ କରିବା ପାଇଁ ବିଦ୍ୟାଳୟ ଗେଟ କୁ ବେଲୁନ୍ ରେ ସଜାଇ ଦିଆଯାଇଥିଲା । ସକାଳ୯ ଟା ବେଳକୁ ପାଟକୁରା ହାଇସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଦ୍ୟାଳୟରେ ପହଂଚିଯାଇଥିଲେ । ବିଦ୍ୟାଳୟ ଶ୍ରେଶୀ ଗୃହ ଗୁଡ଼ିକୁ ପୂର୍ବରୁ ସଫା ସୁତୁରା କରାଯିବା ସହ ଡ଼େକ୍ସ ବେଂଚ ଗୁଡ଼ିକୁ ସଜେଇ ଦିଆଯାଇଥିଲା । ବିଦ୍ୟାଳୟର ଶ୍ରେଣୀଗୃହ ଓ ପରିସରକୁ କୋଭିଡ଼ ଗାଇଡ଼ ଲାଇନ୍ ମୁତାବକ ବିଶୋଧନ କରାଯାଇଥିଲା । ୧୦ ଟା ସମୟରେ ବିଦ୍ୟାଳୟକୁ ୧୦ ମ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଆସିଥିଲେ । ଏହି ସମୟରେ ବିଦ୍ୟାଳୟ ଫାଟକ ସମ୍ମୁଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି , ବରିଷ୍ଠ ଶିକ୍ଷୟିତ୍ରୀ ରୀନାବାଳା ମହାନ୍ତି ଉପସ୍ଥିତ ରହି ଛାତ୍ର ଛାତ୍ରୀମାନେ ପରଷ୍ପର ମଧ୍ୟରେ ୬ ଫୁଟ ବ୍ୟବଧାନ ରଖି ସାମାଜିକ ଦୂରତା ପାଳନ କରି ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦୀର୍ଘ ଦିନ ପରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଜି ବିଦ୍ୟାଳୟ ଖୋଲୁଥିବାରୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ସୃଷ୍ଟି ହୋଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟରେ ପାଇ ଖୁବ ପ୍ରଫୁଲିତ ହୋଇଥିଲେ । ଶ୍ରେଣୀ କକ୍ଷରେ ସାମଜିକ ଦୂରତା ରକ୍ଷା କରି ଛାତ୍ର ଛାତ୍ରୀମାନେ ବସିଥିଲେ । ମଧ୍ୟାହ୍ନ ଭୋଜନ ବନ୍ଦ ରଖାଯାଇଥିଲା । ସାଢ଼ ଗୋଟାଏ ବେଳେ ସ୍କୁଲ ଛୁଟି ହୋଇଥିଲା । ଆନନ୍ଦ ଉଲାସରେ ଛାତ୍ର ଛାତ୍ରୀମାନେ ଘରକୁ ଯାଇଥିଲେ । ଏହିପରି ଭାବରେ ନଇନ୍ଦିପୁର ହାଇସ୍କୁଲ, ଗରଦପୁର ହାଇସ୍କୁଲ, କଳାବୁଦା ହାଇସ୍କୁଲ, ଗରଦପୁର ଶିଶୁ ମନ୍ଦିର ,କଳାବୁଦା ହାଇସ୍କୁଲ, ତଳକୁସୁମା ହାଇସ୍କୁଲ, ବନ୍ତଳା ହାଇସ୍କୁଲ, ରାଏସର ଖରିସାଣ ହାଇସ୍କୁଲ , ତେଣ୍ଡାକୁଡ଼ା ହାଇସ୍କୁଲ , କୋରୁଆ ହାଇସ୍କୁଲ, କୁଦାନଗରୀ ହାଇସ୍କୁଲ, ସିଦ୍ଧବଟ ହାଇସ୍କୁଲ, ହରିଦାସପୁର ହାଇସ୍କୁଲ, ଭଗବାନପୁର ହାଇସ୍କୁଲ, ମାହାଳ ହାଇସ୍କୁଲ, ନଡ଼ିଆବରେଇ ହାଇସ୍କୁଲ, ତିକନପୁର ହାଇସ୍କୁଲ ଓ ପହଣାସ୍ଥିତ ସନାତନ ସଂସ୍କୃତ ବିଦ୍ୟାଳୟ ଆଜି ଖୋଲିଥିଲା ଏବଂ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ଆସିଥିବା ଲକ୍ଷ କରାଯାଇଥିଲା । ଓଡ଼ିଶା ସମାଚାର