Thursday , August 11 2022
Breaking News
Home / ବିଶେଷ / ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୫ତମ ଶ୍ରାଦ୍ଧୋତ୍ସବ ପାଳିତ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୫ତମ ଶ୍ରାଦ୍ଧୋତ୍ସବ ପାଳିତ

ଭୁବନେଶ୍ୱର,୨୬/୦୭/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଜାତୀୟତାବାଦୀ ଆନ୍ଦୋଳନର ଅଗ୍ରଣୀ ସାରଥୀ, ବିଚ୍ଛିନ୍ନାଳରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାରକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅନ୍ତରଙ୍ଗ ସହଯୋଗୀ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ, ବିଶିଷ୍ଟ କବି, ଔପନ୍ୟାସିକ, ପୂର୍ବତନ ମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧୋତ୍ସବ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ମହାଡାକପାଳ କାର୍ଯ୍ୟାଳୟ ସମ୍ମୁଖ ଉଦ୍ୟାନସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକାକୁ ଅନୁପାଳନ ପୂର୍ବକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳେଇ, ନିର୍ଦ୍ଧେଶକ ରଂଜନ କୁମାର ଦାସ, ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ, ବି.ଜେ.ଡି. ସାଂସ୍କୃତିକ ସେଲ ସଂଯୋଜକ ପ୍ରବୀର ମହାନ୍ତି, ବିଶିଷ୍ଟ ବିଦ୍ୱାନ କୃଷ୍ଣକେଶବ ଷଡ଼ଙ୍ଗୀ, ଆଦର୍ଶ ଶିକ୍ଷକ କାମଦେବ ମହାପାତ୍ର, ଅଧ୍ୟାପକ ଅସିତ ଦାସ, ବିକାଶ ଗିରି, ବ୍ରଜବନ୍ଧୁ ପରିଡ଼ା, ରବି ନାରାୟଣ ନନ୍ଦ, ସତ୍ୟବ୍ରତ ଜେନା, ନାରାୟଣ ଓଝା, ତନ୍ମୟ ସାମନ୍ତରାୟ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହିତ ଦୀପଦାନ କରିଥିଲେ । ଏହି ଅବସରରେ ବକ୍ତାମାନେ ସ୍ୱାଧୀନତା ପୂର୍ବବର୍ତୀ ଓ ପରବର୍ତୀ ସମୟରେ ଓଡ଼ିଶାର ସାମଗ୍ରିକ ବିକାଶରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅବଦାନକୁ ସ୍ମରଣ କରିଥିଲେ । ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବଙ୍କ ସହ ବିଶିଷ୍ଟ ବକ୍ତା ପ୍ରବୀର ମହାନ୍ତି ଓ ଗଣମାଧ୍ୟମ ପ୍ରତିନିଧି ମାମାଲି ଦାସଙ୍କୁ ପଣ୍ଡିତ ଗୋଦାବରୀଶ ମିଶ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଡ଼୍ୟାମର ୨ ଟି ଗେଟ ଖୋଲିଲା, ସନ୍ଧ୍ୟା ସୁଦ୍ଧା ଆଉ ୮ ଟି ଗେଟ ଖୋଲିବ ସୂଚନା

ହୀରାକୁଦ/ସମ୍ବଲପୁର ୧୧/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ଗୁରୁବାର ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ଆଜି ମଧ୍ୟାହ୍ନ ୨ ଟି …

Leave a Reply

Your email address will not be published.