Monday , March 27 2023
Breaking News
Home / ଶିକ୍ଷା / ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆଭାସି ବୈଠକ

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ଆଭାସି ବୈଠକ

କେନ୍ଦ୍ରାପଡ଼ା, ୨୬/୦୭/୨୦୨୧(ଓଡ଼ିଶା ସମାଚାର)- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଦୁହୁରିଆସ୍ଥିତ ଶିକ୍ଷକ ଭବନ ପରିସରରେ ଏକ ଆଭାସି କନଭେନସନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟା ସଭାପତି କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସି କନଭେନସନର ପ୍ରାରମ୍ଭରେ ସମ୍ପାଦକ ତପନ କୁମାର ସିଂ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରି କନଭେନସନର ଉଦେଶ୍ୟ ଜ୍ଞାପନ କରିଥିଲେ । ରାଜ୍ୟ ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଆଭାସି କନଭେନସନରେ ଯୋଗଦେଇ ବିଭିନ୍ନ ସମସା୍ୟା ନେଇ ସରକାରଙ୍କ ସହ ଆଲୋଚନା  ହୋଇଥିବା ଓ ଏହାର ଅଗ୍ରଗତି ସମ୍ପର୍କିତ ତଥ୍ୟ ପ୍ରଦାନ ସହିତ ଉଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଳୟରେ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀଙ୍କ ସୁବିଧା ପାଇଁ ନ୍ୟାୟାଳୟର ନିର୍ଦ୍ଧେଶ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଆଭାସି  କନଭେନସନରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ବେହେରା, ଉପସଭାପତି ତ୍ରୈଲୋକ ମିଶ୍ର, ସଭାନେତ୍ରୀ ଅନ୍ନପୂର୍ଣ୍ଣା ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୃନ୍ଦାବନ ସ୍ୱାଇଁ, ଟିଟିକାନ୍ତ ନାୟକ, ସରୋଜକାନ୍ତ ଜେନାଙ୍କ ସମେତ ଶତାଧିକ ଶିକ୍ଷକ ନେତା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ରହି ଏଥିରେ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ରାଜ୍ୟ ମିଳିତ ମଂଚର ନିଷ୍ପତି କ୍ରମେ ଆସନ୍ତା ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯିବ । ଏଥିସହିତ ଅଗଷ୍ଟ ୧୬ତାରିଖ ଦାବି ଦିବସରେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ସମାବେଶ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ଶେଷରେ ଶିକ୍ଷକନେତା ପ୍ରଣବ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଓଷ୍ଟାର କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିବାରୁ ଆସନ୍ତା ସେପ୍ଟେମ୍ବରମାସ ପୂର୍ବରୁ ସମ୍ମିଳନୀ କରାଯାଇ ନୂତନ କର୍ମକର୍ତା ଚୟନ କରାଯିବା ପାଇଁ ସ୍ଥିର କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.