କେନ୍ଦ୍ରାପଡ଼ା, ୨୫/୦୭/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିବାରେ ସେହି ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମରେ ଥିବା ଏକ ଦେଶୀ ମଦ ଦୋକାନରୁ ଚୋରାଚାଲାଣ ହେଉଥିବା ଦେଶୀମଦକୁ ଜବତ କରିବା ସହ ମଦ ଚାଲାଣ ହେଉଥିବା ଏକ ଓମିନି ଭ୍ୟାନକୁ ଜବତକରି ତାର ଚାଳକକୁ ମଧ୍ୟ ଗିରଫ କରିଛି । କେନ୍ଦ୍ରାପଡା ଇନ୍ଦୁପୁର ରାସ୍ତାର ନିକିରାଇ ହାଇସ୍କୁଲ ପାଖରେ କେନ୍ଦ୍ରାପଡା ଆଡକୁ ଆସୁଥିବା ନୀଳରଙ୍ଗର ଓମିନି ଭ୍ୟାନ୍ ନଂ- ଓଡି.୦୨.୭୭୮୨କୁ ଅଟକାଇ ଗାଡି ଭିତର ଯାଂଚ କରିବାରୁ ୧୫ ପ୍ୟାକେଟ ଆସ୍କାଫଟି ମଦ (ପ୍ରତିପ୍ୟାକେଟରେ ୨୫ଟି ବୋତଲ) ଥିବାର ଦେଖାଯାଇଥିଲା । ସେହି ଚୋରା ମଦ ପ୍ୟାକେଟ ଓ ଭ୍ୟାନକୁ ଜବତ କରିବା ସହିତ ଗାଡି ଚାଳକଙ୍କୁ ଗିରଫ କରି ଥାନାକୁ ନେଇଥିବା ନିକିରାଇ ଥାନା ପୋଲିସ ପକ୍ଷରୁ ସୁଚନା ମିଳିଛି । ଓଡ଼ିଶା ସମାଚାର