ମାହାଙ୍ଗା, ୨୫/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ରେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସୂଚନାଅଧିକାର ଆଇନରେ ତଥ୍ୟ ମାଗିଲେ ମିଳୁଛି ହତ୍ୟାଧମକ। ସରପଞ୍ଚଙ୍କ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଧମକ ଘଟଣାରେ ନ୍ୟାୟ ଓ ସୁରକ୍ଷା ଦାବି କଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ । କଟକ ଜିଲ୍ଲା ମାହାଙ୍ଗା ରାହାଣିଆ ପଞ୍ଚାୟତରେ ଚାଲିଥିବା ମନରେଗା କାର୍ୟ୍ୟ ରେ ଅନିୟମିତତା ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାରୁ ସୂଚନାଅଧିକାର କର୍ମୀ ଆର୍ତ୍ତତ୍ରାଣ ଜେନାଙ୍କୁ ସରପଞ୍ଚଙ୍କ ହତ୍ୟା ଧମକ ଘଟଣାରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାହାଙ୍ଗା ଥାନା ପୋଲିସକୁ ଭେଟି ନ୍ୟାୟ ଓ ସୂଚନା ଅଧିକାର କର୍ମୀ ଆର୍ତ୍ତତ୍ରାଣ ଜେନା ଓ ତାଙ୍କ ପରିବାରଙ୍କୁ ସୁରକ୍ଷା ପାଇଁ ଦାବି କରାଯାଇଛି. । ଓଡ଼ିଶା ସୂଚନା ଅଧିକାର ଅଭିଯାନ କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ମହାନ୍ତି, ପଙ୍କଜ ରାଉତରାୟ, ଅଶୋକ ମଲ୍ଲିକ, ଲୋକନାଥ ମଲ୍ଲିକ, ଅଶୋକ କୁମାର ଲେଙ୍କା, ଜୟପ୍ରକାଶ ବେହେରା, ଦିଲ୍ଲୀପ ଜେନା,ରାମଚନ୍ଦ୍ର ମଲ୍ଲିକ,ପ୍ରଭାକର ମଲ୍ଲିକ ପ୍ରମୁଖ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି ।ଆଗାମୀ ଦିନରେ ମାହାଙ୍ଗାରେ ସୂଚନାଅଧିକାର ଆଇନର ବ୍ୟାପକ ଆବେଦନ କରାଯାଇ ସରକାରଙ୍କ ଦୁର୍ନୀତି ଲୋକଲୋଚନକୁ ଅଣାଯିବ ବୋଲି ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ କହିଛନ୍ତି । ଓଡ଼ିଶା ସମାଚାର