Tuesday , December 7 2021
Home / ବିଶେଷ / ସିଆଇଏସଏଫ୍ ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ସିଆଇଏସଏଫ୍ ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 ପାରାଦୀପ୨୫/୦୭/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରୀୟ ଶିଳ୍ପ ନିରାପତା ବାହିନୀ(ସିଆଇଏସଏଫ୍) ନୂଆଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ନିର୍ଦ୍ଧେଶ କ୍ରମେ ପାରାଦୀପ ବନ୍ଦର ସିଆଇଏସଏଫ୍ ଆବାସିକ ଓ କାର୍ଯ୍ୟାଳୟ ପରିସରରେ ଜୁଲାଇ ୨୫ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜନଗର ବନ ଉପଖଣ୍ଡର ଏସିଏଫ୍ ଅଧିର କୁମାର ବେହେରା ଏବଂ ବନ୍ଦରର ଅନ୍ୟ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସିଆଇଏସଏଫ୍ କମାଣ୍ଡା ଅକ୍ଷତ ପଟେଲଙ୍କ ତତ୍ୱାବଧାନରେ ୧୬୦ଜଣ ସିଆଇଏସଏଫ୍ କର୍ମଚାରୀ “ସଂରକ୍ଷଶିକ୍ଷା” ସଂସ୍ଥାର ସଭ୍ୟସଭ୍ୟା ମାନେ ବିଭିନ୍ନ ଚାରା ରୋପର କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *