Tuesday , December 7 2021
Home / ବିଶେଷ / ପ୍ରେରଣାର ଆହ୍ୱାନରେ ସ୍କୁଲମାନଙ୍କରେ ନିମ୍ବଚାରା ରୋପଣ

ପ୍ରେରଣାର ଆହ୍ୱାନରେ ସ୍କୁଲମାନଙ୍କରେ ନିମ୍ବଚାରା ରୋପଣ

ନିରାକାରପୁର, ୨୫/୦୭/୨୦୨୧(ଓଡ଼ିଶା ସମାଚାର)- ଗଛ ଲଗାଇ ପରିବେଶକୁ ସୁସ୍ଥ ରଖିବା ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରେରଣା ପକ୍ଷରୁ ଦିଆଯାଇଥିବା ଆହ୍ୱାନରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ କାଇପଦରର ବିଭିନ୍ନ ସ୍ଥାନର ବିଦ୍ୟାଳୟମାନଙ୍କରେ ନିମ୍ବଗଛ ରୋପଣ କରାଯାଇଛି । ଏହି ଅବସରରେ ସାମାଜିକ ଅନୁଷ୍ଠାନ ପ୍ରେରଣାର ସଭାପତି ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରତି ସ୍କୁଲ, କଲେଜ ପରିସରରେ ନିମ୍ବଗଛ ଲଗାଇବା ପାଇଁ ଆହ୍ୱାନ ଦେଇ କହିଛନ୍ତି ନିମ୍ବ ଗଛ ଶିକ୍ଷାନୁଷ୍ଠାନ ପରିସରକୁ ପ୍ରଦୂଷଣ ମୁକ୍ତ କରିବ । ଏହି ଗଛ ଦିନର ୧୮ଘଂଟା ଅମ୍ଳଜାନ ଦେଇଥାଏ । ଏହାର ୨୦ ମିଟର ବ୍ୟାସାର୍ଦ୍ଧ ଅଂଚଳରୁ କୀଟାଣୁ ନାଶ କରେ । ଏହି ଗଛ ଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ଚର୍ମ ରୋଗ ହୁଏ ନାହିଁ ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ । ତେଣୁ ଶିକ୍ଷାନୁଷ୍ଠାନ ପରିସରରେ ନିମ୍ବଚାରାଟିଏ ରୋପଣ କରିବା ସହିତ ଜଣେ ମହାପୁରୁଷଙ୍କ ନାମରେ ଗଛର ନାମ ଦେବା ସହ ସେ ଫଟୋକୁ ପଠାଇଲେ ତାହା ଏକ ସ୍ୱତନ୍ତ୍ର ପୁସ୍ତକରେ ସ୍ଥାନ ପାଇବ, ସେ ପୁସ୍ତକ ରାଜ୍ୟ ତଥା କେନ୍ଦ୍ର ଗ୍ରନ୍ଥାଗାରରେ ରଖାଯିବଓ ଗଛ ଲଗାଇଥିବାର ବ୍ୟକ୍ତିଙ୍କୁ କରୋନା କଟକଣା ପରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନୀତ କରାଯିବ ବୋଲି ମଧ୍ୟ ଜଣାଇଛନ୍ତି । ଏହି ଆହ୍ୱାନରେ କାଇପଦର ମଧ୍ୟ ଇଂରାଜୀ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ,ଦେଉଳିଟାଙ୍ଗୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ମାଧପୁର ଓ ସାଆନ୍ତା ବିଦ୍ୟାଳୟ, କମାଗୁରୁ ଆର.କେ ଉଚ୍ଚ ମାଧ୍ୟମିକ ସ୍କୁଲ, ନିରାକାରପୁର ଚିତ୍ରକୂଟ ବିହାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁ, ଦଳବେହେରା ମାଧବ ଚନ୍ଦ୍ର ରାଉତରାୟ,କୃତିବାସ ପାଟ୍ଟଶାଣୀ, ପିଣ୍ଡିକ ବାହୁବଳେନ୍ଦ୍ରଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଯାଇଛି । କାଇପଦର ସରପଂଚ ଶ୍ରୀମତୀ ରାଜଶ୍ରୀ ଚମ୍ପତିରାୟ,ୱାର୍ଡ଼ ସଭ୍ୟ ବିକ୍ରମ ପ୍ରଧାନ,ସାମାଜିକ କର୍ମୀ ସୁଧାଂଶୁ ଚମ୍ପତିରାୟ, ନରେଶ ପାତ୍ର ଓ ଅମ୍ରିତେଶ ଚମ୍ପତିରାୟ ପ୍ରମୁଖ ଏହି ବୃକ୍ଷରୋପଣ କରିଥିବାବେଳେ ନିରାକାରପୁରରେ ସହଯୋଗ ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ ଓ ସାମ୍ବାଦିକ ଲଛମନ ନାୟକ ବୃକ୍ଷରୋପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *