କେନ୍ଦ୍ରାପଡ଼ା, ୨୫/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରଗତି ଚାରିଟେବୁଲ ଟ୍ରଷ୍ଟ ଅଫ ଇଣ୍ଡିଆ ଓ ମହାକାଳପଡା ବିକାଶ ମଂଚର ମିଳିତ ଆନୁକୁଲ୍ୟରେ ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାରସ୍ୱତ ସମାବେଶ, ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ଓ ମଂଚର ଅଧ୍ୟକ୍ଷ ପରିବେଶବିତ କାଶୀନାଥ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଶିକ୍ଷାବିତ କେଶବ ଚନ୍ଦ୍ର ପରମାଣିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ ରତ୍ନାକର ରାଉତରାୟ ମୁଖ୍ୟ ଅତିଥି, ନୋଡାଲ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା, ଶିକ୍ଷକ ନେତା ପ୍ରଣବ କୁମାର ଜେନା, ଭାଗୀରଥି ନନ୍ଦ, ଅଶୋକ କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ଦାସ, ଚପଳା ବିଶ୍ୱାଳ ଓ ଯୁବ ସମାଜସେବୀ ଅକ୍ଷୟ କୁମାର ତରାଇ ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଆଭିମୁଖ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଅଧ୍ୟକ୍ଷ ଶ୍ରୀ ରାଉତରାୟ ସ୍ୱାଗତ ଭାଷଣ ଓ ଶ୍ରୀ ନନ୍ଦ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ବିକାଶ ମଂଚର ସମ୍ପାଦକ ବିଚିତ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ବିଦ୍ୟାଳୟର ସେବାନିବୃତ ପ୍ରଧାନ ଶିକ୍ଷକ ଦିବାକର ନାଥ ଶର୍ମା, ବ୍ୟଙ୍ଗ କବି ଅପର୍ତି ଚରଣ ସେଠୀ, ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ଜେନା ଏବଂ ଗତ ହାଇସ୍କୁଲ ପରୀକ୍ଷାରେ ଶତକଡା ୯୦ପ୍ରତିଶତରୁ ଉଦ୍ଧ୍ୱର୍ ନମ୍ବର ରଖି କୃତିତ୍ୱର ସହ ଉତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ଭବାନୀ ପ୍ରସାଦ ମିଶ୍ର, ଜିତେନ୍ଦ୍ର କୁମାର ପାଇଟାଳ, ଦେବୀଦତା ସାହୁ, ଐଶ୍ୱର୍ଯ୍ୟ ଜେନା, ମେହେର ଖାତୁନ, ଅଙ୍କିତା ପ୍ରିୟଦର୍ଶିନୀ ପାତ୍ର, ଉପାସନା ସାହୁ ଓ ସତ୍ୟମ ତ୍ରିପାଠୀ ପ୍ରଭୃତିଙ୍କୁ ମାନପତ୍ର,ଉରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ ଓ ମଂଚର ସଦସ୍ୟମାନେ ସେହି ବିଦ୍ୟାଳୟ ପରିସରରେ ଆମ୍ବ, କୃଷ୍ଣଚୁଡା, ରାଧାଚୁଡା, ବଉଳ, ଓଲଟ ଦେବଦାରୁ, ଲିମ୍ବ, କଦମ୍ବ ପ୍ରଭୃତି ବୃକ୍ଷର ଚାରା ରୋପଣ କରିଥିଲେ । କମଳାକାନ୍ତ ବାରିକ, ମାନଭଞ୍ଜନ ପ୍ରଧାନ, ଧନେଶ୍ୱର ସେଠୀ, ନିରଞ୍ଜନ ଓଝା, ନଗେନ୍ଦ୍ର ଚୌଧୁରୀ, ଭରତ ଚନ୍ଦ୍ର ରାଉତରାୟ, ନିରୋଜ ନଳିନୀ ପ୍ରଧାନ, ଶ୍ରୀକାନ୍ତ ଜେନା, ବିଶ୍ୱନାଥ ରାଉତରାୟ, ରଘୁନାଥ ସେଠୀ, ମାଗୁଣି ଚରଣ ଜେନା, ପ୍ରଫୁଲ୍ଲ କୁମାର ବେହେରା ଓ ରାମଚନ୍ଦ୍ର ଓଝା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର